(ଓମ୍ ପ୍ରକାଶ ମିଶ୍ର): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୯ ତମ ଶତବାର୍ଷିକୀ ସମାରୋହରେ ଆଦର୍ଶ ଶିକ୍ଷା ଓ ଶିକ୍ଷାନୁଷ୍ଟାନ ବିକାଶ ନିମନ୍ତେ ସମାଜ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯାଇଛି । ସମାଜ ପ୍ରତିନିଧି ସ୍ୱ।ଧିନ ମେହେର ଅଧ୍ୟକ୍ଷତାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ଉଦଘାଟନ କରି ପଦଯାତ୍ରାରେ ସାମିଲ ହୋଇଥିଲେ । ସେହି ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହି ସୋନପୁର ସହରର ଅମ୍ବେଦକର ଛକଠାରୁ ଟାଉନ ହଲ୍ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।