ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ ଅତିରିକ୍ତ ଜିଲ୍ଲାପାଳ ଓ ସିଡିଓ

0

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:-  ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ କର୍ମ ନିୟୋଜନ ବିଭାଗ ଓ ଜେକେ ଟ୍ରଷ୍ଟ ବମ୍ବେର ସହାଭାଗିତାରେ ବିଷମ କଟକ ବ୍ଲକ୍ ହଟମୁନିଗୁଡ଼ା ରାମକୃଷ୍ଣ ମିଶନ ପରିସରରେ ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରଙ୍କୁ ଅତିରିକ୍ତ ରୟାଗଡ଼ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାୟଗଡ  ଜିଲ୍ଲା ପରିଷଦ ପରିଦର୍ଶନ କରିଛନ୍ତି l ଜିଲ୍ଲା ଓ ଜିଲ୍ଲା ବାହାରରୁ ୩୦ଜଣ ଛାତ୍ରୀ ମlନେ ୪୫ ଦିନିଆ ସ୍ୱଳ୍ପ ମିଆଦ ସିଲେଇ ତାଲିମ ଗ୍ରହଣ କରୁଛନ୍ତି l ଜେକେ ଟ୍ରଷ୍ଟ ବମ୍ବେ ତରଫରୁ ରେମଣ୍ଡ କମ୍ପlନି ଜରିଆରେ ସିଲେଇ ତାଲିମ ପ୍ରଦାନ କରାଯାଉଛି l ଛାତ୍ରୀ ମାନଙ୍କୁ କମ୍ପାନୀ ତରଫରୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି l ଏହି ଅବସରରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନାୟକ,ସିଡିଓ ଶ୍ରୀ ଖେମୁଣ୍ଡୁ, ବିଡ଼ିଓ ଶ୍ରୀ ସଦlଶିବ ନାୟକ, ଜିଲ୍ଲା ଦକ୍ଷତା ବିକlଶ ଅଧିକାରୀ ଶ୍ରୀ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ତାଲିମ ଗ୍ରହଣ କରୁଥିବା ଛାତ୍ରୀ ମାନୁଙ୍କୁ କେରିୟର ଗଠନ ସମ୍ପର୍କରେ ଉଦବୋଧନ ଦେଇଥିଲେ l ସେହିପରି ଚାଟିକଣା ସ୍ଥିତ ନୂଆ ଓଡିଶା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାରେ ଯୁବକ ମାନଙ୍କୁ ସୌର ପାନେଲା ସଂସ୍ଥାପନ ତାଲିମ ଦିଆଯାଉଥିବା ଦେଖିଲେ ଓ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ l