ନୟାଗଡ: ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆର ଅତିରିକ୍ତ ତହସିଲ ଦାର । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ତହସିଲ ଦାର ବନମାଳୀ ପରିଡା । ଅଭିଯୋଗ ଅନୁସାରେ ବାଲିଟ୍ରକ ଛାଡିବା ପାଇଁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ପୁର୍ବରୁ ୧୦ ହଜାର ଟଙ୍କା ନେଇଯାଇଥିଲେ । ଆଜି ଆଉ ୩ହଜାର ନେଲା ବେଳେ ନୟାଗଡ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।