(ଗୋଲାପ ସାହୁ / କଳାହାଣ୍ଡି) : ସରକାର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାକୁ ନେଇ ଯତ୍ନଶୀଳ ଥିବା ବେଳେ ଏପଟେ ଆଧାର କାର୍ଡ ନ ଥିବାରୁ ପରୀକ୍ଷା ରୁ ବାଦ ପଡିବେ ଛାତ୍ର । ଏମିତି ଏକ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇକେନ୍ଦୁମୁଣ୍ଡି ହାଇସ୍କୁରେ।ଉକ୍ତ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏକ ଆଦିବାସୀ ଛାତ୍ର ବିଜୟ କୁମାର ମାଝୀ ଆଧାର କାର୍ଡ ନ ଥିବାରୁ ପାଠ ପଢିବା ରୁ ବଂଚିତ ଅଛନ୍ତି।ଛାତ୍ରଟିର ଆଧାର କାର୍ଡ ନ ଥିବାରୁ ନବମ ଶ୍ରେଣୀରେ ସାଇକେଲ ମଧ୍ୟ ମିଳିନଥିବା ବେଳେ ବର୍ତ୍ତମାନ ଦଶମ ପରୀକ୍ଷା ମଧ୍ୟ ଦେଇପାରିବେନି ବୋଲି ଶିକ୍ଷକ କହିଥିଲେ।ଅନେଇ ପରିବାର ଲୋକେ ଅବଗତ ହେବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ ଠାକୁର ଓ ଆଧାର ଏନରୋଲମେଣ୍ଟ ନମ୍ବର ଦାଇତ୍ଵ ରେ ଶିକ୍ଷକ ଦେବେନ୍ଦ୍ର କର ଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ସେମାନେ ଆଧାର କାର୍ଡ ବିନା କିଛି କରିହେବ ନାହିଁ ବୋଲି ପ୍ରକାଶ କରିଥିଲେ। ଯାହାଫଳରେ ପାଠ ପଢିବା ପାଇଁ ସପ୍ନ ରଖି ଥିବା ବିଜୟ ମାନସିକ ସ୍ତରରେ ଆଘାତ ପାଇ ସ୍କୁଲ ନ ଯାଇ ଏଣେତେଣେ ବୁଲିଥିଲା।ଏକଥା ଗଣମାଧ୍ୟମ ପ୍ରତିନିଧିମାନେ ଜାଣିଲା ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ପଚାରିବାରୁ ଏହା ହୋଇଯିବ ଓ ପିଲାଟି ପରୀକ୍ଷା ମଧ୍ୟ ଦେଇପାରିବ ବୋଲି କହିଛନ୍ତି।କିନ୍ତୁ କଣ ପାଇଁ ଆଗରୁ ମନା କଲେ ତାହା ଏବେ ପ୍ରଶ୍ନବାଚୀ।ଅନ୍ୟପଟେ ସ୍କୁଲର ପ୍ରଧାନ ଶିକ୍ଷକ ଏନରୋଲମେଣ୍ଟ ନମ୍ବର ପାଇଁ ପ୍ରତେକ ଛାତ୍ରଛାତ୍ରୀ ଙ୍କ ଠାରୁ୨୫୦ ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହେଉଛି।।ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି।