ରିଲିଜ୍ ହେଲା ‘ଆଦିପୁରୁଷ’ର ଟ୍ରେଲର

0

ମୁମ୍ବାଇ: ‘ରାମାୟଣ’ କାହାଣୀ କୁ ନେଇ ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ୍ ହୋଇଛି । ଦର୍ଶକ ଅପେକ୍ଷା କରି ରହିଛନ୍ତି ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ । ନିର୍ଦ୍ଦେଶକ ଓମ୍ ରାଉତ୍‌ଙ୍କ ଏହି ଫିଲ୍ମଟି ଆସନ୍ତା ଜୁନ୍ ୧୬ ତାରିଖରେ ରିଲିଜ୍ ହେବ ।
ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ ସୀତା ମାଆଙ୍କ ରୂପରେ ନଜର ଆସିଛନ୍ତି ଅଭିନେତ୍ରୀ କ୍ରିତି ସାନନ୍ । ପ୍ରଥମଥର ପାଇଁ ଏହି ଯୋଡ଼ିଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଫିଲ୍ମଟି ହିନ୍ଦୀ ବ୍ୟତୀତ ଆହୁରି ଅନେକ ଭାଷାରେ ମଧ୍ୟ ରିଲିଜ୍ ହେବ ।
ରାମ ନବମୀରେ ଏହି ଫିଲ୍ମର ପ୍ରଥମ ପୋଷ୍ଟ୍ର ରିଲିଜ୍ ହୋଇଥିବା ବେଳେ ହନୁମାନ ଜୟନ୍ତୀରେ ଦ୍ୱିତୀୟ ପୋଷ୍ଟର ରିଲିଜ୍ ହୋଇଥିଲା । ପୋଷ୍ଟରରେ ଦେବଦତ୍ତ ନାଗେଙ୍କୁ ହନୁମାନ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ୍ ହେବା ପରେ ପ୍ରଶଂସକମାନ ଉତ୍ସାହର ସହିତ ଫିଲ୍ମଟିକୁ ଅପେକ୍ଷା କରିଛନ୍ତି ।