କକ୍ଷ ପରିବର୍ତ୍ତନ କରି ୫ମ କକ୍ଷକୁ ଗଲା ଆଦିତ୍ୟ ଏଲ ୧

0

ନୂଆଦିଲ୍ଲୀ: କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧ । ଚତୃର୍ଥ କକ୍ଷ ପରିକ୍ରମା କରି ୫ମ କକ୍ଷକୁ ଗଲା ଆଦିତ୍ୟ ଏଲ ୧ । ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧। ସଫଳତାର ସହ କକ୍ଷପଥ ହ୍ରାସ ନେଇ ଇସ୍ରୋ ପକ୍ଷରୁ ଟ୍ଵିଟରରେ ସୂଚନା ଦିଆଯାଇଛି । ୨୫୬ କିମି X ୧୨୧୯୭୩ କିମି କକ୍ଷପଥରେ ଏବେ ବୁଲିବ ଆଦିତ୍ୟ ଏଲ ୧ । ୧୯ ତାରିଖରେ ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ କରିବ । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L-1 କୁ ୧୨୫ ଦିନ ସମୟ ଲାଗିବ ବୋଲି କୁହାଯାଉଛି । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍ -୧ ମହାକାଶଯାନ ଚତୁର୍ଥ ‘ଆର୍ଥ ସୀମା ମନିଭର୍’ ସଫଳତାର ସହ ସମାପ୍ତ କରିଛି । ଭାରତୀୟ ସ୍ପେସ୍ ଏଜେନ୍ସି ‘ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍’ (ISRO) ଏକ ଟ୍ଵିଟ୍ ମାଧ୍ୟମରେ ଏହି ସୂଚନା ଦେଇଛି । ଗତ ୩ ଓ ୫ ତାରିଖରେ ଆଦିତ୍ୟ ଏଲ୧ର ହୋଇଥିଲା ପ୍ରଥମ ଓ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ। ଗତ ୧୦ ତାରିଖରେ ଆଦିତ୍ୟ ଏଲ୧ କରିଥିଲା ତୃତୀୟ କକ୍ଷପଥ ପରିବର୍ତ୍ତନ । ମୋଟ ୫ଟି କକ୍ଷପଥ ପରିବର୍ତ୍ତନ ପରେ ଏଲ୧ ପଏଣ୍ଟ ଅଭିମୁଖେ ଗତି କରିବ ଆଦିତ୍ୟ । ଆଦିତ୍ୟ ଏଲ୧ ମିଶନ ଜରିଆରେ ସୂର୍ଯ୍ୟ ସମ୍ପର୍କରେ ଅଧିକ ଗବେଷଣା ଲାଗି ଯୋଜନା କରିଛି ଇସ୍ରୋ। ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥାପିତ ହେବ ଆଦିତ୍ୟ ଏଲ୧ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ଆକଳନ କରି କକ୍ଷପଥ ପରିବର୍ତ୍ତନ ଲାଗି ଆଶା ରଖିଛନ୍ତି ବୈଜ୍ଞାନିକ ।