ନୂଆଦିଲ୍ଲୀ: ଦେଶର ପ୍ରଥମ ସୂର୍ୟ୍ୟ ମିଶନ ଆଦିତ୍ୟ L1 ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି । ଏହି ସମୟରେ, ସୂର୍ୟ୍ୟ-ପୃଥିବୀ L1 ପଏଣ୍ଟ ପାଇଁ ଯାଉଥିବା ଆଦିତ୍ୟ- L1 ମଧ୍ୟ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ଚିତ୍ର ଉଠାଇଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଦ୍ୱାରା ସୋସିଆଲ୍ ମିଡିଆ ସାଇଟ୍ X(ପୂର୍ବରୁ ଟ୍ୱିଟର) ରେ ଏହି ସୂଚନା ଦିଆଯାଇଛି ।
ଏହାପୂର୍ବରୁ ମଙ୍ଗଳବାର ଦିନ ଆଦିତ୍ୟ L1 ପୃଥିବୀର କକ୍ଷପଥ ସହିତ ଜଡିତ ଦ୍ୱିତୀୟ ପ୍ରକ୍ରିୟାକୁ ସଫଳତାର ସହ ସମାପ୍ତ କରିଥିଲା। ଓଝଜଙ କହିଛି, “ପୃଥିବୀ କକ୍ଷପଥ (EBN2) ସହିତ ଜଡିତ ଦ୍ୱିତୀୟ ପ୍ରକ୍ରିୟା ବେଙ୍ଗାଲୁରୁର ISTRACରୁ ସଫଳତାର ସହିତ କାର୍ୟ୍ୟକାରୀ କରାଯାଇଥିଲା । ମରିସସ୍, ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ISTRAC / ISRO କେନ୍ଦ୍ର ଏହି ମିଶନ ସମୟରେ ଉପଗ୍ରହ ଉପରେ ନଜର ରଖିଥିଲେ । ମିଳିଥିବା ନୂତନ କକ୍ଷପଥ ହେଉଛି ୨୮୨ କିଲୋମିଟର ଙ୍ଘ ୪୦୨୨୫ କିମି। ” ଏଥି ସହିତ, ISRO ଅନୁଯାୟୀ, ଆଦିତ୍ୟ L1 ର ପୃଥିବୀର କକ୍ଷପଥ ସହିତ ଜଡିତ ତୃତୀୟ ପ୍ରକ୍ରିୟା ସେପ୍ଟେମ୍ବର ୧୦ ରେ ଭାରତୀୟ ସମୟ ପ୍ରାୟ ୨.୩୦ ସମୟରେ ଧାର୍ୟ୍ୟ କରାଯାଇଛି।