ମିଳିଲାନି ପ୍ରଶାସନର ଅନୁମତି: ପୋଡ଼ିବା ପରିବର୍ତ୍ତେ ପୋତାହେଲେ ରାବଣ

0

 ବସ୍ତା /ଅଜିତ କୁମାର ସାହୁ:  ରାଜନୀତି ଚାପ ରେ  ଚେପା ହେଲା  ରାବଣ। ଭଣ୍ଡୁର ହେଲା ରାବଣ ପୋଡ଼ି ଉତ୍ସବ। ମିଳିଲାନି ପ୍ରଶାସନର ଅନୁମତି। ପୋଡ଼ିବା ପରିବର୍ତ୍ତେ ପୋତାହେଲେ ରାବଣ। କମିଟି ଓ ଦର୍ଶକ ହେଲେ ନିରାଶ। ପ୍ରଚ୍ଛଦପଟରେ ରାଜନୀତି ଷଡ଼ଯନ୍ତ୍ରର  ଥିବା ନେଇ ଚର୍ଚ୍ଚା। ତେବେ ଏଭଳି ଅଭାବ ନୀୟ  ଅଶୋଭନୀୟ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା, ବସ୍ତା ବ୍ଲକ, କୁଡିଆ ପଞ୍ଚାୟତ ବେଲା ଗ୍ରାମରେ। ପ୍ରାପ୍ତ ସୂଚନା ମୁତାବକ ଉକ୍ତ ଗ୍ରାମରେ ଦୀପାବଳୀ  ଉପଲକ୍ଷେ ରାବଣ ପୋଡ଼ି  ଉତ୍ସବ ଦିର୍ଘ ବର୍ଷ  ଧରି ହୋଇ ଆସୁଥିଲା । ଚଳିତ ବର୍ଷ ମଧ୍ୟ କମିଟି  ସଦସ୍ୟ ବେସ ଉତ୍ସାହର ସହିତ ପ୍ରସ୍ତୁତି ଚଳାଇଥିବା ବେଳେ, ଦର୍ଶକ ମଧ୍ୟ ବେସ ଉତ୍ସାହିତ ଥିଲେ। ମାତ୍ର ଦୁଇ ଦିନ ଧରି ଥାନା କୁ  ଧାଇଁ ଧାଇଁ ଅନୁମତି ନମିଳିବାରୁ, ଶେଷ ମୁହୂର୍ତ୍ତରେ ବାଧ୍ୟହୋଇ କମିଟି ପକ୍ଷରୁ ରାବଣକୁ ପୋଡ଼ିବା ବଦଳରେ  ଯେସିବି ସାହାଯ୍ୟରେ  ଗାତ ଖୋଳି  ପୋତି  ସମାଧି ଦିଆଯାଇଥିଲା। ଯାହା ସ୍ଥାନୀୟ ଅଞ୍ଚଳ ସମେତ, ସାରା ରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି କରିଛି। ଯାହାପାଇଁ  ରାବଣପୋଡ଼ି ଦେଖିବାକୁ ଆସିଥିବା ହଜାର ହଜାର ଦର୍ଶକ ନିରାଶ  ହୋଇ ଫେରି ଥିବା ବେଳେ, ହିନ୍ଦୁଙ୍କ ଭାବାବେଗକୁ କୁଠାରାଘାତ କରିଛି।

ଉକ୍ତ କାର୍ଯ୍ୟକ୍ରମରେ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ। କିନ୍ତୁ କମିଟିର କିଛି ସଦସ୍ୟ ବିରୋଧୀ ଦଳର ନେତା ଙ୍କୁ ନିମନ୍ତ୍ରିତ ଅତିଥି କରିବାକୁ ଚାହିଁଥିଲେ।ଫଳରେ ସେମାନଙ୍କ ମଧ୍ୟରେ  ମତଭେଦ ସୃଷ୍ଟି ହୋଇଥିବା ବେଳେ, ଅନ୍ୟପଟେ ଉକ୍ତ କାର୍ଯ୍ୟକ୍ରମ ଲାଗି  ଅନୁମତି ନଥିବା ନେଇ ପ୍ରଶାସନ ଓ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଶନିବାର ସନ୍ଧ୍ୟାରେ ସେଠାରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ବାଧ୍ୟହୋଇ କମିଟି ରାବଣକୁ ପୋଡ଼ିବା ପରିବର୍ତ୍ତେ ଜେଶିବିରେ ମାଟିତାଡ଼ି ପୋତିବାକୁ ନିଷ୍ପତି ନେଇଥିଲା।