ଆଡମିସନ, ରିଆଡମିସନ ଓ ପରୀକ୍ଷା ଫିସରୁ ଅତିରିକ୍ତ ବୋଝକୁ ବାଦ୍ ଦିଅନ୍ତୁ ସରକାର- ଏବିଭିପି

ମହାମାରୀ ସମୟରେ ଛାତ୍ରଛାତ୍ରୀ ଅର୍ଥନୈତିକ ଅନଗ୍ରସରତାର ଦେଇ ଗତି କରୁଥିବା ବେଳେ ଆଡମିସନ, ରିଆଡମିସନ ଓ ପରୀକ୍ଷା ଫିସରୁ ଅତିରିକ୍ତ ବୋଝକୁ ବାଦ୍ ଦେବା ନିମନ୍ତେ ଏବିଭିପି ରାଜ୍ୟ ସରକରାଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ମାଷ୍ଟରକେଣ୍ଟିନ ଆଗରେ ଏହାର ପ୍ରତିବାଦ କରିଛି । କରୋନା ମହାମାରୀ କାଳରେ ଛାତଛାତ୍ରୀ ଓ ତାର ପରିବାର ବର୍ଗ ଅର୍ଥନୈତିକ ଅନଗ୍ରସରତାର ସମ୍ମୁଖୀନ ହେଉଛନ୍ତି

0

ରାଜେଶ ସାହୁ: ମହାମାରୀ ସମୟରେ ଛାତ୍ରଛାତ୍ରୀ ଅର୍ଥନୈତିକ ଅନଗ୍ରସରତାର ଦେଇ ଗତି କରୁଥିବା ବେଳେ ଆଡମିସନ, ରିଆଡମିସନ ଓ ପରୀକ୍ଷା ଫିସରୁ ଅତିରିକ୍ତ ବୋଝକୁ ବାଦ୍ ଦେବା ନିମନ୍ତେ ଏବିଭିପି ରାଜ୍ୟ ସରକରାଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ମାଷ୍ଟରକେଣ୍ଟିନ ଆଗରେ ଏହାର ପ୍ରତିବାଦ କରିଛି । ଏହା ସହ ତୁରନ୍ତ ପଦକ୍ଷେପ ନେବାକୁ ସଙ୍ଗଠନ ଦାବି କରିଛି ।

କରୋନା ମହାମାରୀ କାଳରେ ଛାତ୍ରଛାତ୍ରୀ ଓ ତାର ପରିବାର ବର୍ଗ ଅର୍ଥନୈତିକ ଅନଗ୍ରସରତାର ସମ୍ମୁଖୀନ ହେଉଛନ୍ତି । ଏହି ମହାମାରୀ ଆମ ପରିବାରର ରୋଜଗାର ପନ୍ଥାକୁ ଛଡାଇ ନେଇଛି। ଶିକ୍ଷାକ୍ଷେତ୍ର ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଆର୍ଥିକ ଅନଗ୍ରସର ଭିତରେ ବିଦ୍ୟାର୍ଥୀମାନେ ଗତି କଲା ବେଳେ ଶିକ୍ଷାନୁଷ୍ଠାନ ଖୋଲୁ ଖୋଲୁ ଆଡମିସନ, ରିଆଡମିସନ ଓ ପରୀକ୍ଷା ଫିସ ମଧ୍ୟରେ ନିଆଯାଉଥିବା ଅତିରିକ୍ତ ଅନାବଶ୍ୟକ ଦେୟ ବୋଝ ଉପରେ ଲଳିତା ବିଡା ସଦୃଶ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଛି।

ଏହି ସବୁ ଦେୟରେ ବିଗତ ଦେଢ ବର୍ଷ ଧରି (କରୋନା କାଳ ଆରମ୍ଭରୁ) କୌଣସି ପ୍ରାସଙ୍ଗିକତା ମନେ ହେଉ ନାହୁଁ । କଲେଜର ଉନ୍ନତି କରଣ ନିମନ୍ତେ ଛାତ୍ରଛାତ୍ରୀଙ୍କ ଉପରେ ବୋଝ ନ ଲଦି ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ତାହାକୁ ପୂର୍ତ୍ତି କରିବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାବି କରୁଛି । ସେହିପରି ଟ୍ୟୁସନ ଫିସକୁ ଛାଡି ଅନ୍ୟ ସବୁ ପ୍ରକାରର ଫିକୁ କଲେଜ କର୍ତ୍ତୁପକ୍ଷ ଛାଡ କରନ୍ତୁ ।

ଏଭଳି ପରିସ୍ଥିତରେ ଛାତ୍ରଛାତ୍ରୀ ମାନେ ପାଠପଢାର ରାହା ଖୋଜିଲା ବେଳକୁ ଏହି ସମସ୍ତ ଫିସ୍ କଥା ଭାବି ସେମାନେ ପଛଘୁଞ୍ଚା ଦେଉଛନ୍ତି । ତେଣୁ ସାଧାରଣ ବିଦ୍ୟାର୍ଥୀ କିପରି ପାଠ ପଢିବ ତାହା ଚିନ୍ତା କରିବାର ଆବଶ୍ୟକ ରହିଛି। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଉପରୋକ୍ତ ଦାବି ପ୍ରତି ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି।