ମାଡି ଆସୁଛି ଧୂମକେତୁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକା ମହାକାଶ ଗବେଷଣା କେନ୍ଦ୍ର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୪ରେ ପୃଥୀବୀର ନିକଟତର ହେବ ଏକ ବିରାଟକାୟ ଧୂମକେତୁ । ମାତ୍ର ଏହା ପୃଥିବୀ ସହ ଧକ୍କା ହେବ ନାହିଁ । ତେଣୁ ଏହାକୁ ନେଇ କୌଣସି ବିପଦ ସଙ୍କେତ ନାହିଁ ।
ନାସାର ସୂଚନା ଅନୁଯାୟୀ, ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଆକାରର ଏହି ଧୂମକେତୁ୨୦୦୦ କ୍ୟୁଡବ୍ଲ୍ୟୁ ୭ ଓ ୨୦୧୦ ସି୦୧ ପୃଥିବୀ ଚନ୍ଦ୍ର ମଧ୍ୟରେ ଗତି କରିବ । ମଧ୍ୟମ ଆକାରର ଏହି ଦୁଇ ଧୂମକେତୁ ସେପ୍ଟେମ୍ବର ୧୩ ଓ ୧୪ ରାତିରେ ପୃଥିବୀର ନିକଟତର ହେବ । ନାସା ଅନୁଯାୟୀ, ୨୦୦୦ ମସିହାରୁ ଏହି ଧୂମକେତୁ ଦୃଷ୍ଟିଗୋଚର ହୋଇଥିଲା । ପ୍ରଥମ ଥର ଏହାକୁ ଏତେ ନିକଟରୁ ଦେଖାଯିବ । ନାସା ଅନୁଯାୟୀ, ୨୦୧୦ ସି୦୧ ଧୂମକେତୁ ୪୦୦ ରୁ ୮୫୦ ଫୁଟର। ଏହା ଆମେରିକା ସମୟ ଅନୁସାରେ(ସେପ୍ଟେମ୍ବର ୧୪ ଭାରତୀୟ ସମୟ ମୁତାବକ) ସେପ୍ଟେମ୍ବର ୧୩ ରାତି ୧୧ଟା ୪୨ରେ ପୃଥିବୀର କକ୍ଷ ନିକଟ ଦେଇ ଗତି କରିବ। ସେହିଭଳି ୨୦୦୦ କ୍ୟୁଡବ୍ଲ୍ୟୁ୭ ଧୂମକେତୁ ୯୫୦ ରୁ ୨୧୦୦ ଫୁଟ୍ ଲମ୍ବ। ଏହା ସେପ୍ଟେମ୍ବର ୧୪ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୦ରେ ପୃଥିବୀର କକ୍ଷ ନିକଟ ଦେଇ ଗତି କରିବ।