ଓକିଲାତି ସାଙ୍ଗକୁ ଗାଡି ବେପାର କରୁଥିଲେ ବର୍ଷେ ଯାଏଁ ଲଢ଼ିପାରିବେନି ମାମଲା

0

ନୂଆଦିଲ୍ଲୀ: ଓକିଲାତି ସାଙ୍ଗକୁ ଗାଡି ବେପାର କରୁଥିଲେ ବର୍ଷେ ଯାଏଁ ଲଢ଼ିପାରିବେନି ମାମଲା | ହଁ ଓକିଲାତି ସାଙ୍ଗକୁ ଅନ୍ୟ ବେପାର କରୁଥିବା ଜଣେ ଓକିଲଙ୍କୁ ଦଣ୍ଡିତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ | ଓକିଲ ଜଣକ ଓକିଲାତି ସହ ଟ୍ୟାକ୍ସି ବେପାର କରୁଥିବାର ଅଭିଯୋଗ ହୋଇଥିଲା ଏବଂ ପରେ ଏହା କୋର୍ଟରେ ପ୍ରମାଣିତ ହୋଇଥିଲା। ବାସ୍ତବରେ ଉକ୍ତ ଓକିଲ ଜଣକ ସୁପ୍ରିମକୋର୍ଟର କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ର ଅନୁଶାସନ କମିଟିର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଓକିଲାତି ବ୍ୟତୀତ ଅଭିଯୁକ୍ତ ଓକିଲ ଟ୍ୟାକ୍ସି ବେପାର ମଧ୍ୟ ଚଳାନ୍ତି | ଏହା ପରେ ଓକିଲଙ୍କୁ ବର୍ଷେ ଯାଏଁ ଓକିଲାତି କରିହେବ ନାହିଁ ବୋଲି କୁହାଯାଇଥିଲା |

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅନୁଶାସନ କମିଟିର ନିଷ୍ପତ୍ତି ବିରୋଧରେ ଆବେଦନକାରୀ ଓକିଲ ଫୁଲା ରାମ ଜାଟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ | ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ପଙ୍କଜ ମିଥାଲଙ୍କ ଏକ ବେଞ୍ଚ କହିଛନ୍ତି ଯେ, ଅନୁଶାସନ କମିଟିର ନିଷ୍ପତ୍ତି ପ୍ରମାଣ ଉପରେ ଆଧାରିତ।