ସୁବର୍ଣ୍ଣପୁର : ଭୁବନେଶ୍ବର ଠାରେ ଚାଲିଥିବା ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଥିଲା । ଏହି ଅବସରରେ ଗତ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଠାରେରେ ଆୟୋଜିତ ବିଭିନ୍ନ ସନ୍ଧରଣ ପ୍ରତିଗୋଗିତାରେ ସୋନପୁରର ସନ୍ଧରଣକାରୀ ମାନେ କୃତିତ୍ୱ ଅର୍ଜନ କରିଛନ୍ତò। ୫୦ ମିଟର ବ୍ୟାକ୍ ଷ୍ଟ୍ରୋକ୍, ୫୦ ମିଟର , ୧୦୦ ମିଟର ଫ୍ରି ଷ୍ଟାଇଲ ଏବଂ ୫୦ ୫୦ ମିଟର ଫ୍ରି ଷ୍ଟାଇଲରେ ଆଦ୍ୟାଶମାନ ମେଣ୍ଡେଲୀ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ରାଧାରାଣୀ ରାଜେଶ୍ବରୀ ସେଠୀ ୧୦୦ ମିଟର ଏବଂ ୫୦ ମିଟର ଫ୍ରି ଷ୍ଟାଇଲ ରେ ସ୍ବର୍ଣ୍ଣ, ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ ଏବଂ ୮୦ ମିଟର ବ୍ୟାକ୍ ଷ୍ଟ୍ରୋକ୍ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଠିକ୍ ସେହିପରି ସିଦ୍ଧେଶ୍ବର ବାଘ ୫୦ ମିଟର ମିଟ ବଟର ଫ୍ଲାଏରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସନ୍ତରଣକାରୀଙ୍କ ଏହି କୃତିତ୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସନ୍ଧରଣ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।