୨୭ ବର୍ଷ ପରେ ଅଘୋରୀ ରୂପରେ ମିଳିଲେ ନିଖୋଜ ସ୍ୱାମୀ..

0

୨୭ ବର୍ଷ ଧରି ସ୍ୱାମୀଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ସ୍ତ୍ରୀ । ଶେଷରେ ମହାକୁମ୍ଭରେ ମିଳିଲେ ନିଖୋଜ ସ୍ୱାମୀ । ହେଲେ ସେ କୌଣସି ସାଧାରଣ ବ୍ୟକ୍ତି ନ ଥିଲେ। ୨୭ ବର୍ଷ ପରେ ସେ ଅଘୋରୀ ବନିଯାଇଥିଲେ। ଅଘୋରୀ ରୂପରେ ସ୍ବାମୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ତ୍ରୀ । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ନିଖୋଜ ସ୍ୱାମୀ ଗଙ୍ଗାସାଗର ଯାଦବ ବର୍ତ୍ତମାନ ୬୫ ବର୍ଷ ବୟସ୍କା ସାଧୁ ହୋଇଯାଇଛନ୍ତି ।

ପରିବାରର ସୂଚନା ମୁତାବିକ ୧୯୯୮ରେ ପାଟନା ଯାତ୍ରା କରିବା ପରେ ଗଙ୍ଗାସାଗର ନିଖୋଜ ହୋଇଥିଲେ । ନିଜ ପତ୍ନୀ ଧନବା ଦେବୀଙ୍କୁ ଦୁଇ ପୁଅ କମଲେଶ ଏବଂ ଭିମଲେଶଙ୍କୁ ଛାଡି ସେ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳି ନ ଥିଲା।

ଗଙ୍ଗାସାଗରର ସାନ ଭାଇ ମୁର୍ଲି ଯାଦବ କହିଛନ୍ତି,ଆମ ଭାଇଙ୍କୁ ପାଇବାର ଆଶା ଆମେ ହରାଇଥିଲୁ । କିନ୍ତୁ ଆମର ଜଣେ ସମ୍ପର୍କୀୟ କୁମ୍ଭ ମେଳାରେ ଜଣେ ସାଧୁଙ୍କୁ ଭେଟିଥିଲେ, ଯିଏ ଗଙ୍ଗାସାଗରଙ୍କ ପରି ଦେଖାଯାଉଥିଲେ। ସେ ତାଙ୍କ ଫଟୋ ଉଠାଇ ଆମକୁ ପଠାଇଥିଲେ। ଫଟୋ ଦେଖି ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ କୁମ୍ଭ ମେଳାରେ ପହଞ୍ଚିଥିଲେ। ସ୍ତ୍ରୀ ଧନୱା ଦେବୀ ବାବା ରାଜକୁମାରଙ୍କୁ ଦେଖି ସେ ତାଙ୍କ ସ୍ବାମୀ ବୋଲି ଚିହ୍ନଟ କରିଥିଲେ। କିନ୍ତୁ ସେ ତାଙ୍କର ପୂର୍ବ ପରିଚୟକୁ ଗଙ୍ଗାସାଗର ଯାଦବ ବୋଲି ସ୍ୱୀକାର କରିବାକୁ ମନା କରିଦେଇଥିଲେ। ବାରାଣାସୀର ସାଧୁ ବୋଲି ନିଜକୁ ଦାବି କରି ତାଙ୍କ ଅତୀତର ସମସ୍ତ ସମ୍ପର୍କକୁ ଅସ୍ୱୀକାର କରିଥିଲେ।


ସେପଟେ ତାଙ୍କ ସ୍ତ୍ରୀ ଧନୱା ଦେବୀ ଏବଂ ମୁର୍ଲି ଯାଦବ ଉକ୍ତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ନିଶ୍ଚିତ କରିବାକୁ ଡିଏନ୍ଏ ପରୀକ୍ଷା କରିବାକୁ ଦାବି କରି କୁମ୍ବ ମେଲା ପୋଲିସକୁ ଜଣାଇଛନ୍ତି। ମୁର୍ଲି ଯାଦବ କହିଛନ୍ତି, “ଆମେ କୁମ୍ବ ମେଲାର ଶେଷ ପର୍ୟ୍ୟନ୍ତ ଅପେକ୍ଷା କରିବୁ । ଯଦି ଡିଏନ୍ଏ ପରୀକ୍ଷା ମେଳ ନହୁଏ ତେବେ ଆମେ ବାବା ରାଜକୁମାରଙ୍କୁ କ୍ଷମା ମାଗିବୁ।”ଏହି ସମୟରେ ପରିବାରର କିଛି ସଦସ୍ୟ ଘରକୁ ଫେରିଥିବା ବେଳେ ଅନ୍ୟମାନେ ବାବା ରାଜକୁମାର ଏବଂ ସାଧଭିଙ୍କ ଉପରେ ନଜର ରଖି ମେଲା ଠାରେ ରହିଛନ୍ତି।