ବାରିପଦା: ଧରା ପଡିଲା କଲରାପତରିଆ ବାଘ । ବାରିପଦା ସହର ଭିତରୁ ଧରାପଡିଲା ବାଘ । ବନ ବିଭାଗ ପହଞ୍ଚି ଟ୍ରାଙ୍କୁଲାଇଜ ଟିମ ସାହାର୍ଯ୍ୟରେ ବାଘକୁ ଦୀର୍ଘ ୪ ଘଣ୍ଟା ପରେ କାବୁ କରିଛି । ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖାଯାଇଥିବଲା । ଖବର ପ୍ରଚାର ହେବା ପାର ଲୋକେ ଆତଙ୍କିତ ହୋଇପଡଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ଓ ଟ୍ରାଙ୍କୁଲାଇଜ ଟିମ ପହଞ୍ଚି ବାଘକୁ କାବୁ କରିଥିଲା । ବାଘ କାବୁ ହେବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ସୂଚନା ଅନୁଯାୟୀ ଭଞ୍ଜପୁର ଅଞ୍ଚଳରେ ଆଜି ସକଳୁ ଏକ ବାଘ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକ । ଘଟଣା ସ୍ଥଳରେ ବନବିଭାଗର କର୍ମଚାରୀ ସଜାଗ ରହିଛନ୍ତି । ବନ ବିଭାଗ ପହଞ୍ଚି ବାଘକୁ ଖୋଜା ଖୋଜି କରୁ୍ଥିଲେ । ସେପଟେ ବାଘ କଥା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଥିଲେ ।