୯ ବର୍ଷ ପରେ ଦିଲ୍ଲୀରୁ ଉଦ୍ଧାର ହେଲା ଶିଶୁ । ଦିଲ୍ଲୀରୁ ନାବାଳକ ଶିଶୁକୁ ଉଦ୍ଧାର ସହିତ ବାପାକୁ ଗିରଫ କରିଛି ବାଲେଶ୍ୱର ପୋଲିସ। ସ୍ବାମୀ ୪ ବର୍ଷର ଶିଶୁକୁ ଧରି ଫେରାର ହୋଇଥିବା ନେଇ ୨୦୧୬ ମସିହାରେ ମେଣ୍ଢାଶୁଳ ଅଞ୍ଚଳର ସୀମା ଶତପଥୀ ଅଭିଯୋଗ କରିଥିଲେ। ଏନେଇ କୋର୍ଟରେ ମାମଲା ଚାଲିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଖୋଜାଖୋଜି ଚଳାଇଥିଲା । ଦୀର୍ଘ ସାଢ଼େ ୯ ବର୍ଷ ପର୍ୟ୍ୟନ୍ତ ପିଲା କିମ୍ବା ବାପାର ଠିକଣା ପୋଲିସ ପାଇନଥିଲା। ଶେଷରେ ଦିଲ୍ଲୀରୁ ନାବାଳକକୁ ଉଦ୍ଧାର କରିଛି ପୋଲିସ। ଏହା ସହିତ ବାପା କମଳାକାନ୍ତ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ସୂଚନା ମୁତାବିକ ଆବେଦନକାରୀ ସୀମା ସତପଥୀଙ୍କ ଜନଶୁଣାଣୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ତାଙ୍କ ଅଭିଯୋଗ ଆଣିଥିଲେ। ଯାହା ପରେ ବାଲେଶ୍ୱରର ପୂର୍ବ ରେଞ୍ଜର ଡିଆଇଜିଙ୍କ ପୂର୍ବ ରେଞ୍ଜର ଡିଆଇଜିଙ୍କ ତତ୍ତ୍ୱାବଧାନରେ, ବାଲେଶ୍ୱରର ଏସ୍ପିଙ୍କୁ ମାମଲାର ସଠିକ୍ ତଦନ୍ତ କରିବା ଏବଂ ପୀଡିତା ମା’ଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କଠିନ ପ୍ରୟାସ ପରେ ବାଲେଶ୍ୱର ପୋଲିସ ସୀମାଙ୍କ ସ୍ୱାମୀ କମଳାକାନ୍ତ ମିଶ୍ରଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ କାର୍ୟ୍ୟକାରୀ କରିବାରେ ସଫଳ ହୋଇଥିଲେ। କମଳାକାନ୍ତ ମିଶ୍ରଙ୍କୁ ଖୋଜିବା ପାଇଁ ଏସଆଇ ଲୋକନାଥ ସୋରେନ, ଏଏସଆଇ ଧନେଶ୍ୱର ନନ୍ଦ ଏବଂ ବିକାଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ଦଳ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ନୂଆଦିଲ୍ଲୀରେ ତାଙ୍କ ହେପାଜତରୁ ସେମାନଙ୍କ ନାବାଳକ ସନ୍ତାନକୁ ଉଦ୍ଧାର କରିଥିଲେ। ଏହି ସଫଳ ଅଭିଯାନ ବାଲେଶ୍ୱର ପୋଲିସର ନ୍ୟାୟ ବଜାୟ ରଖିବା ଏବଂ ନାଗରିକ ଅଧିକାର ସୁରକ୍ଷା ପାଇଁ, ବିଶେଷକରି ମହିଳା ଏବଂ ଶିଶୁ ଭଳି ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ ।