ଭୁବନଶ୍ୱେର; ଆଜିକାଲି ଯୁବତୀଙ୍କୁ ଦେଖିରଖି ଚଳିବାକୁ ପଡୁଛି । କାରଣ ସବୁ ଦିଗରେ ସେମାନେ ଶିକାର ହେବାକୁ ପଡୁଛି । କେତେବେଳେ ନିର୍ଯାତନାର ଶିକାର ତ ଆଉ କେତେବେଳେ ଦୁଷ୍କର୍ମର ଶିକାର । ରାତି ପାହିଲେ ଖବର କାଗଜ ଫର୍ଦ୍ଦରେ ଦୁଷ୍କର୍ମ ଚିତ୍ର । ଏବେ ଯୁବତୀ ମାନେ ପାଠ ସାରି ବାହାରକୁ ଆସି ନିଜର ପରିବାର ଚଳାଇବାକୁ ଚାହାନ୍ତିଚ । କିନ୍ତୁ ପ୍ରତି ପାଦ ପାଦରେ ସେମାନଙ୍କୁ ରାକ୍ଷସର ସମ୍ମୁଖ ହେବାକୁ ପଡିଥାଏ । ଓଡିଆ ଝିଅଙ୍କୁ ଲୋଭ ଦେଖାଇ ଠକୁଥିବାର ନଜର ରହିଛି । ଯେମିତି ଏବେ ବିହାରକୁ ଚାଲାଣ କରାଯାଉଛି ଓଡିଆ ଝିଅଙ୍କୁ । ସେମାନଙ୍କୁ ଅନୈତିକି କାର୍ଯ୍ୟରେ ଲିପ୍ତ କରାଯାଉଛି ।
କିଏ ସୁବିଧା ଖୋଲି ଖସି ଅ।ସୁଛନ୍ତି ତ ଆଉ କିଏ ବନ୍ଧା ପଡୁଛନ୍ତି। ଯେପରି ଜଣେ ଯୁବତୀ ଖସି ଆସିବା ପରେ କହିଛନ୍ତି ନିର୍ଯାତନାର କରୁଣ କାହାଣୀ । ନିଜ ଭଉଣୀ ସମେତ ୧୦ରୁ ଅଧିକ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ଯୁବତୀ ଜଣଙ୍କ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଞ୍ଚଳରୁ ।
ପେଟ ପାଇଁ ଯୁବତୀ ରାଜନଗର ବ୍ଳକ ସାନବଡ ଗୋପାଳପୁର ପଞ୍ଚାୟତର ଯୁବତୀ ସୀମା ଓ ତାଙ୍କ ଝିଅ ପରୀ ରାଜଧାନୀ ଆସିଥିଲେ । । ଏଠି ଆସି ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ । କିନ୍ତୁ ହଠାତ ଶଙ୍କର ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ ଦୁଇ ଭଉଣୀ । ବିହାରରେ ଅଧିକ ଦରମାରେ ଚାକିରୀ କରାଇଦେବାକୁ କହି ବିହାର ସୀମା ଓ ପରୀଙ୍କୁ ନେଇ ଯାଇଥିଲେ ।

ଖାଲି ଦୁଇ ଭଉଣୀଙ୍କୁ ନୁହେଁ ୩୦ ରୁ ୩ ଜଣ ଯୁବକଙ୍କୁ ସେ ସାଥୀରେ ବିହାର ନେଇଥେôଲ । ସେଠାରେ ଦଲାଲଙ୍କୁ ବିକ୍ରି କରିଦେବା ଅଭିଯୋଗ ହୋଇଛି । ତେବେ ନିର୍ଯାତନା ଅସହ୍ୟ ହେବାରୁ ଯୁବତୀ ଜଣଙ୍କୁ ଖସି ଆସିଛି । ତେବେ ଯୁବତୀ ଜଣଙ୍କୁ ସମସ୍ତଙ୍କୁ ମୁକେଳଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।