ବେଙ୍ଗାଲୁରୁ: ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ଯୌନ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ମାମଲା ୨୦୧୬ ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବାବେଳେ ଗତକାଲି କୋର୍ଟ ଏହାର ଶୁଣାଣି କରିଥିଲେ । ଦୁଇଦିନ ଧରି ଶୁଣାଣି ଚାଲିଥିବା ବେଳେ ୧୨ ସଦଶ୍ୟ ବିଶିଷ୍ଠ ଜୁରି ଟ୍ରମ୍ପଙ୍କୁ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଆସନ୍ତା ଜୁଲାଇ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଏବଂ ସେହିଦିନ ଟ୍ରମ୍ପଙ୍କୁ ଦଣ୍ଡାଦେଶ ଦିଆଯିବ। କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ରିପବ୍ଲିକାନ ପାର୍ଟି ସଦସ୍ୟମାନେ ଏହାକୁ ବିରୋଧ କରିବା ସହିତ ଟ୍ରମ୍ପଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି। ୭୭ ବର୍ଷୀୟ ଟ୍ରମ୍ପ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି, ଯାହାଙ୍କୁ ଅପରାଧୀ ଭାବେ ଘୋଷଣା କରାଯାଇଛି। ମାତ୍ର ଟ୍ରମ୍ପ ତାଙ୍କ ବିରୋଧରେ ରହିଥିବା ମାମଲାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତଦନ୍ତରେ ତ୍ରୁଟି ରହିଥିବା ସେ କୋର୍ଟରେ କହିଛନ୍ତି।
ଅନ୍ୟପଟେ ଘଟଣାକୁ ନେଇ ଟ୍ରମ୍ପ ମଧ୍ୟ ସଫେଇ ଦେଇଛନ୍ତି । ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହିତ ଶେଷ ପର୍ଯ୍ୟନ୍ତ ଫାଇଟ କରିବେ ବୋଲି ଟ୍ରମ୍ପ କୋର୍ଟ ରୁମ ବାହାରେ ପ୍ରତିକ୍ରିୟା ଦେଇଛନ୍ତି । ନଭେମ୍ବର ୫ ତାରିଖରେ ରାଷ୍ଟପତି ନିର୍ବାଚନ ଅଛି । ସେହିଦିନ ଜନତାଙ୍କର ପ୍ରକୃତ ରାୟ ଆସିବ ବୋଲି ଟ୍ରମ୍ପ କହିଛନ୍ତି ।