କଳାହାଣ୍ଡି ପରେ ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ

0

(ସମ୍ବଲପୁର) : ସମ୍ବଲପୁର ଗସ୍ତରେ ୫-ଟି ଅଧ୍ୟକ୍ଷ । ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଇ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସକାଳୁ ସକାଳୁ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବା ସହିତ ସମଲେଇ ପ୍ରକଳ୍ପର ଶେଷ ସମୀକ୍ଷା କରିଛନ୍ତି । ସେଥିରେ ଆରଡିସି , ଜିଲ୍ଲାପାଳ, ମହାନଗର ନିଗମର କମିଶନା ପ୍ରମୁଖ ଉପସ୍ଥିତ ରହିଛନ୍ତି।

ସୂଚନାନୁଯାୟୀ , ଆସନ୍ତା ୨୨ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟଶେଷ ହେବ ସେନେଇ ଆଲୋଚନା କରିଛନ୍ତି । ଅପରପକ୍ଷରେ ୨୭ ତାରିଖରେ ସମଲେଇ ପ୍ରକଳ୍ପ ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୭ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ତେଣୁ ଶୀଘ୍ର କାମ ସାରିବାକୁ ଫାଇଭ୍-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମହାନଦୀ ଭ୍ୟୁ ପଏଣ୍ଟ ବୁଲି ଦେଖିବା ସହ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।