ମୁନିଗୁଡା/ ରବିନ୍ଦ୍ର କୁମାର ସାହୁ : ଭାରରେ ବୁହା ହେଲେ ଗର୍ଭବତୀ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜେନିଗୁଡା ଗ୍ରାମର ଡ଼ଙ୍ଗରିଆ ଅଞ୍ଚଳରେ । ଜଣେ ଆଦିବାସୀମହିଳା ଫୁଲମେ ସିକକାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଗ୍ରାମର କିଛି ଯୁବକ ଗ୍ରାମରୁ ୬ ରୁ ୭ କିଲୋମିଟର ଭାରରେ ବୋହି ମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଅଣାଯାଇଥିଲା l ସେଠାରେ ଆମ୍ବୁଲାନ୍ସ ଅପେକ୍ଷା କରିଥିଲା l ତୁରନ୍ତ ତାଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତି କରାଯାଇ ଚିକିତ୍ସା କରାଯାଇଥିଲା l ମହିଳା ଜଣଙ୍କ ତିନୋଟି ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଜଣାପଡିଥିବା ବେଳେ ମାଆ ଶିଶୁ ମାନେ ସୁସ୍ଥ ଥିବା ସହ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡିଛି l ମୁନିଖୋଲ ପଞ୍ଚାୟତ ଏକ ଡ଼ଙ୍ଗରିଆ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏବେବି ଅନେକ ଗ୍ରାମକୁ ବର୍ତମାନ ସୁଦ୍ଧା ଗମନାଗୋମନ ସୁବିଧା ନଥିବା ହେତୁ ଆମ୍ବୁଲାନ୍ସ ସେହି ଗ୍ରାମ ମାନଙ୍କୁ ପହଞ୍ଚି ପାରୁନଥିବାରୁ ଏହିପରି ସମସ୍ୟା ଉପୁଜୁଥିବା ଜଣାପଡିଛି l ଏହି ଦୁର୍ଗମ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ସୁଦ୍ଧା କେହି ଗୁହାରି ଶୁଣୁ ନଥିବା ନେଇ ଅଞ୍ଚଳବାସୀ ମାନେ ଦୁଃଖ ପ୍ରକାଶ କରୁଛନ୍ତି l ମୁନିଗୁଡା ରୁ ରବିନ୍ଦ୍ର କୁମାର ସାହୁ ରିପୋର୍ଟର ତୁଡେ।