ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ

0

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସେନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ନାହିଁ। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ ବୋଲି ଆଇଏମଡିଜି ମୃତ୍ୟୁଞ୍ଜୟ ମହାପାତ୍ରସୂଚନା ଦେଇଛନ୍ତି । ୬ ତାରିଖରେ ପାଖାପାଖି ବାୟୁମଣ୍ଡଳରେ ସୃଷ୍ଟି ହୋଇପାରେ ଘୃର୍ଣ୍ଣିବଳୟ ଯାହାର ପ୍ରଭାବରେ ୭ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରି ଏକ ବାତ୍ୟାର ରୂପ ନେବାକୁ ଯାଉଥିବାରୁ ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରୁନାହି। ବର୍ତମାନ ସ୍ଥିତିରେ ଓଡ଼ିଶା ଉପରେ ପ୍ରଭାବନଥିବା କହିଛନ୍ତି ଆଇଏମଡିଜି। ସାଧାରଣ ଏପ୍ରିଲ , ମେ , ଜୁନ ଓ ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ଖରାଦିନେ ଖାସ କରି ମେ ମାସରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଏହା କିଛି ନୂଆ କଥା ନୁହେଁ। ଏହି ବାତ୍ୟଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ଆଗରୁ ପଡ଼ିଛି। କିନ୍ତୁ ସବୁ ଥର ପଡ଼ିବ ବୋଲି ମଧ୍ୟ କହିପାରିବା ନାହିଁ । ତେଣୁ ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉ ତା ପରେ ଯାଇ ଅକାଳନ କରିହେବ କେଉଁଠି ଏହାର ପ୍ରଭାବ ରହିବ ତାହା ସ୍ପଷ୍ଟ ହେବ । ଓଡ଼ିଶା ଉପରେ ଏହାର ପ୍ରଭାବକୁ ନେଇ ଆକଳନ କରାଯାଇପାରି ନାହିଁ।