ମୁଖ୍ୟମନ୍ତ୍ରୀଙ୍କୁ ନଭେଟିବାରୁ ହାତରେ ପେଟ୍ରୋଲ ଧରି ଚଢିଗଲେ ମୁକ୍ତିକାନ୍ତ 

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବା ପାଇଁ ରାଉଲକେଲା ରୁ ନବୀନ ନିବାସ ଚାଲିଚାଲି ଆସିଥିବା ମୁକ୍ତିକାନ୍ତ ବିଶ୍ଵାଳ ଙ୍କୁ ଶିଶୁଭବନ ଛକ ଠାରେ  ପୋଲିସ୍ ଅଟକାଇ ରଖିଥିଲା। ଦୀର୍ଘ ୬ ଦିନ ହେବ ରାସ୍ତା କଡ଼ରେ ପଡିରହିଥିବା ବେଳେ ଆଜି ଶିଶୁଭବନ ଛକ ନିକଟରେ ଥିବା ଏକ ହୋଡ଼ିଙ୍ଗ ଟାୱାର ଉପର କୁ ହାତରେ ପେଟ୍ରୋଲ ଧରି  ଚଢ଼ିଯାଇଛନ୍ତି। ସୁଚନା ଅନୁସାରେ ରାଉଲକେଲାର ମୁକ୍ତିକାନ୍ତ ବିଶ୍ୱାଳ  ।  ନିଜ ସହରର ସମସ୍ୟାକୁ ଦୂର କରିବା ପାଇଁ  ଅଣ୍ଟା ଭିଡିଛନ୍ତି ମୁକ୍ତିକାନ୍ତ । ସେ ୧୬ ନଭେମ୍ବରରୁ ରାଉଲକେଲାରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ କରିିଥିଲେ  । ୩୦ ଦିନରେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

କାନ୍ଧରେ ରହିଛି ୨୭ କିଲୋଗ୍ରାମରୁ ଅଧିକ ଓଜନର ଅସମ୍ପୂର୍ଣ୍ଣ ପ୍ରକଳ୍ପର ଭାର ଆଉ ପାଦରେ ଚାଲି ଚାଲି ଅତିକ୍ରମ କରିଛନ୍ତି ୫୨୮ କିଲୋମିଟରୁ ଅଧିକ ରାସ୍ତା । ମନରେ କେବଳ ଗୋଟିଏ ଆଶା ରହିଛି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ସବୁ ପ୍ରକଳ୍ପ ଦେଖାଇବାରେ ଅଛି ଆଉ ତାଙ୍କୁ ମନେ ପକେଇଦେବାରେ ଅଛି ଯାହା ଏବେ ସୁଦ୍ଧା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି   । ତେବେ ଶୁକ୍ରବାର ଦିନ ୧ଟାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁକ୍ତିକାନ୍ତ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କୁ ଶିଶୁଭବନ ଛକ ଠାରେ ଅଟକାଇ ରଖାଯାଇଛି  । ମୁକ୍ତିକାନ୍ତଙ୍କ କହିବା ମୁତାବକ, ସେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ସେ ଦେଇଥିବା ପ୍ରତିଶୃତି ବିଷୟରେ ମନେ ପକାଇ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ମୁକ୍ତିକାନ୍ତ । ତେବେ ମୁକ୍ତିକାନ୍ତଙ୍କ ଏହା ପ୍ରଥମ ପ୍ରୟାସ ନୁହେଁ   । ପୂର୍ବରୁ ମଧ୍ୟ ଏଭଳି ଏକ ପ୍ରୟାସ କରଥିଲେ ମୁକ୍ତିକାନ୍ତ   ।

ସେ ରାଉରକେଲାରୁ ଦିଲ୍ଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପଦଯାତ୍ରାରେ  ଯାଇଥିଲେ  ।  ଯେଉଁଥିରେ  ପାଇଁ ତାଙ୍କୁ ଅନଶନରେ ବସିବା ସହ ଜେଲ  ମଧ୍ୟ ଯିବାକୁ ପଡିଥିଲା  । କିନ୍ୁ ପ୍ରଧାମନ୍ତ୍ରୀଙ୍କ ସହ ଭେଟ ହୋଇପାରି ନଥିଲା  ।କିନ୍ତୁ ସେ କରିଥିବା ଦାବିରେ ରାଉକେଲାରେ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ଆଉ ବ୍ରାହ୍ମଣୀ ନଦୀରେ ବ୍ରିଜ କାର୍ୟ୍ୟ ଆରମ୍ଭ ହୋଇଥିଲା  ।  ଶେଷରେ ସଫଳ ହୋଇଥିଲେ ମୁକ୍ତିକାନ୍ତ  ।ତେବେ ପୁଣି ଥରେ ମୁକ୍ତିକାନ୍ତଙ୍କ ଏଭଳି ଅଭିନବ ପ୍ରୟାସ କେତେ ଫଳପ୍ରଦ ହେଉଛି ତାହା ଦେଖିବା ବାକି ରହିଲା  ।