ବହୁ ବାଦବିବାଦ ପରେ ବଦଳିଲା ବାଚସ୍ପତି ନିର୍ବାଚନକୁ ନେଇ ତାରିଖ

0

ଭୁବନେଶ୍ବର: ବହୁ ବାଦବିବାଦ ପରେ ବଦଳିଲା ବାଚସ୍ପତି ନିର୍ବାଚନକୁ ନେଇ ତାରିଖ । ୨୧ ତାରିଖ ବଦଳରେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ରେ ନିର୍ବାଚନ ହେବ । ୨୧ ତାରିଖରେ ହେବ ନାମାଙ୍କନ ଦାଖଲ । ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଯାଇଥିବା ସୂଚନା ମିଳିଛି ।
ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ । ଦୁଇ ଦିନ ନୂଆଁଖାଇ ପାଳନ କରାଯାଇଥାଏ। ନୂଆଁଖାଇ ଓ ନୂଆଁଖାଇର ପରଦିନ ଏହି ପର୍ବ ପଶ୍ଚିମ ଓଡିଶାରେ ପାଳନ ହୋଇଥାଏ। ସେଥିପାଇଁ ଦୁଇ ଦିନ ଛୁଟି ହୋଇଥାଏ। ମାତ୍ର ଏବର୍ଷ ଠିକ୍ ନୂଆଁଖାଇ ଦିନ ହିଁ ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହୋଇଥିବା ବେଳେ ଏହାକୁ ବିରୋଧ କରିଥିଲେ ବିରୋଧୀ।
ପ୍ରଥମେ କଂଗ୍ରେସ ଦଳର ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କର ମତ ରଖି କହିଥିଲେ, ‘‘ବାଚସ୍ପତି ନିର୍ବାଚନକୁ କଂଗ୍ରେସ ବୟକଟ କରୁଛି । ତା’ପରେ ବିଜେପି ବିଧାୟକ ନାଉରୀ ନାୟକ କହିଥିଲେ, ‘‘ବାଚସ୍ପତି ନିର୍ବାଚନକୁ ଦଳ ବର୍ଜନ କରିବ। ନୂଆଁଖାଇ ସମୟରେ ନିର୍ବାଚନ ହେବାକୁ ଥିବା କାରଣରୁ ଦଳ ଓ ବିରୋଧୀ ଦଳର ନେତା ନିର୍ବାଚନକୁ ବର୍ଜନ କରିବା ନିଷ୍ପତ୍ତି ନେଇଥିଲେ। ପରେ ବିରୋଧୀଙ୍କ ବୟକଟ୍ ପରେ ନିଷ୍ପତିକୁ ପରିବର୍ତ୍ତନ କରାଯାଇଛି ।