ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0

(ମମତା ସାମଲ)ରିପୋର୍ଟସଟୁଡେ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ନ ୪ଟା ୩୦ରେ ଗଜପତି ମହାରାଜଙ୍କ ଅଦ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ରଥଯାତ୍ରା ପରିଚାଳନା ଓ ଶ୍ରୀମନ୍ଦିର ବ୍ୟୟର ସମୀକ୍ଷା କରାଯିବ । ସ୍ନାନଯାତ୍ରାରୁ ନିଳାନ୍ଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତିର ଭିଡିଓ ଫୁଟେଜ ଅନୁଧ୍ୟାନ କରାଯିବ । ଏହି ସମୟରେ ରଥଯାତ୍ରା ବ୍ୟବସ୍ଥାବଳୀକୁ ଠିକ୍ ଭାବେ ସେବାୟତମାନେ ଅନୁସରଣ କରିଛନ୍ତି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯିବ । ଏହାଛଡା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଶ୍ରୀମନ୍ଦିର ରକ୍ଷାଣବେକ୍ଷଣର ମରାମତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଜିଲ୍ଲାପାଳ,ଏସପିଙ୍କ ସହ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ।