ଅବସର ପରେ ପ୍ରେମାନନ୍ଦ ମହାରାଜଙ୍କୁ ଗୋପନୀୟତାରେ ଦେଖାକଲେ କୋହଲି…

0

ଗତକାଲି ଟେଷ୍ଟ କି୍ରକେଟରୁ ଅବସର ନେଇ ସାରିଛନ୍ତି ବିରାଟ କୋହଲି । ରୋହିତ ଶର୍ମାଙ୍କ ପରେ କୋହଲିଙ୍କ ଅବସର କି୍ରିକେଟ ପ୍ରେମୀ ମାନଙ୍କୁ ଦୁଃଖ ଦେଇଛଛି । ସେପଟେ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଏବଂ ଆଶ୍ରମରେ ୨ ଘଣ୍ଟା ସମୟ ମଧ୍ୟ ବିତାଇଥିଲେ । ଗତକାଲି ସକାଳ ସମୟରେ ପତ୍ନୀ ଅନୁଷ୍କା ସହ ସକାଳ ୭ଟାରେ ଉତ୍ତପ୍ରଦେଶ ବୃନ୍ଦାବନ କୃଷ୍ଣ ନଗରୀରେ ପହଞ୍ଚିଥିଲେ । ସେଠାରେ ସେମାନେ ୨ ଘଣ୍ଟା ସମୟ ବିତାଇଥିଲେ । ପ୍ରାୟ ୧୫ ମିନିଟ ସମୟ ଧରି ପ୍ରେମାନନ୍ଦ ମହାରାଜଙ୍କ ସହ ବାର୍ତ୍ତାଳାପ କରିଥିଲେ । ପରେ ଆଶ୍ରମ ବୁଲି ଦେଖିବା ସହ ପ୍ରେମାନନ୍ଦ ମହାରାଙ୍କ ଠାରୁ ଆର୍ଶିବାଦ ନେଇ ଫେରିଥିଲେ । ଏହି କାର୍ୟ୍ୟକ୍ରମକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିଲା। ଏହା ବିରାଟ କୋହଲିଙ୍କର ବୃନ୍ଦାବନ ତୃତୀୟ ଗସ୍ତ ଥିଲା।


ସୋମବାର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ଘୋଷଣା କରିବା ପରେ, ସେ ପରଦିନ ମଙ୍ଗଳବାର ଦିନ ଏକ ଘରୋଇ ଟ୍ୟାକ୍ସି ଯୋଗେ ବୃନ୍ଦାବନରେ ପହଞ୍ଚିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ଏହି ସମୟରେ ସେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପୂର୍ବରୁ, ବିରାଟ କୋହଲି ତାଙ୍କ ପରିବାର ସହିତ ଜାନୁଆରୀ ୨୦୨୩ ରେ ପ୍ରଥମ ଥର ପାଇଁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଭେଟିବାକୁ ଆସିଥିଲେ। ସେ ଚଳିତ ବର୍ଷ ଜାନୁଆରୀ ମାସରେ ଦ୍ୱିତୀୟ ଥର ପାଇଁ ଏଠାକୁ ଆସିଥିଲେ। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଉପରେ ଗଭୀର ବିଶ୍ୱାସ ଅଛି। ତେବେ ଅବସର ପରେ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଗୋପନୀୟତାରେ ଭେଟିଛନ୍ତି । ଯାହା ସନେ୍ଦହକୁ ବଢାଇ ଦେଉଛି ।