ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ପୋଲିସ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ

0

ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ପୋଲିସ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଉଛି । ଗତକାଲି ଏସପି ଓ ଏସଡିପିଓଙ୍କୁ ବଦଳି କରାଯାଇଥିବା ବେଳେ ଆଜି ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢଙ୍କୁ ବଦଳି କରାଯାଇଛି । ଥାନା ଅଧିକାରୀଙ୍କୁ ସମ୍ବଲପୁରକୁ ବଦଳି କରାଯାଇଥିବା ବେଳେ ଫାଣ୍ଡି ଅଧିକାରୀଙ୍କୁ ସୁବର୍ଣ୍ଣପୁରକୁ ବଦଳି କରାଯାଇଛି । ସେହିପରି ସମ୍ବଲପୁର ପୋଲିସରେ କାର୍ଯ୍ୟରତ ଧବଳେଶ୍ୱର ସାହୁଙ୍କୁ ଝାରସୁଗୁଡାକୁ ବଦଳି କରାଯାଇଛି । ସେହିପରି ନବଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏଥିସହିତ ମନ୍ତ୍ରୀଙ୍କ ସୁରକ୍ଷାରେ ଥିବା କନଷ୍ଟେବଲ ଓ ହାବିଲଦାରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି । ତଦନ୍ତରେ ସ୍ୱଚ୍ଛତା ଆଣିବା ଓ କାର୍ଯ୍ୟରେ ଅବହେଳା ଯୋଗୁଁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।