ପୁଣେର ନାବାଳକ ଆତ୍ମହତ୍ୟା ଘଟଣା ପରେ ବ୍ଲୁ ହ୍ୱିଲ ଗେମକୁ ନେଇ ଚର୍ଚ୍ଚା

0

୨୦୧୬-୧୭ରେ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ବ୍ଲୁ ହ୍ୱିଲ ଗେମ ପୁଣି ଭାରତକୁ ଫେରିଛି । ପୁଣେର ଜଣେ ୧୫ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିବା ପରେ ଏମିତି ଚର୍ଚ୍ଚା ମୁଣ୍ଡ ଟେକିଛି । ୨୦୧୬-୧୭ ମଧ୍୍ୟରେ ଏହି ବ୍ଲୁ ହ୍ୱିଲ ଗେମ ପଞ୍ଝାରେ ପଡିବା ପରେ ପ୍ରାୟ ୧୦୦ରୁ ଅଧିକ ପିଲା ଆତ୍ମହତ୍ୟା କରିଥିଲେ । ତାହା ପୁଣି ଭାରତ ସମେତ ଆମେରିକା, ୟୁକ୍ରେନ, ଋଷିଆ ଆଦି ଦେଶରେ ଦେଖିବାକୁ ମିଳିଥିଲା ।
ଇ୍ଲୁ ହ୍ୱିଲ ଗେମକୁ ନେଇ ଚର୍ଚ୍ଚା ପୁଣେରେ ୧୪ ବର୍ଷୀୟ ବାଳକର ମୃତ୍ୟୁ ପରେ ପୁଣି ଭାରତକୁ ଫେରିବା ଆଶଙ୍କା ବଢାଇ ଦେଇଛି । ଏହି ବାଳକଟି ୧୪ ମହଲାରୁ ଡେଇଁ ଜୀବନ ହାରିଛି । ତାଙ୍କ ମାଆଙ୍କ ପୁଅକୁ ନେଇ କେତେକ ସୂଚନା ପରେ ସେ ବ୍ଲୁ ହ୍ୱିଲ ପରି ଗେମ ନିଶାରେ ପଡିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମା କହିଥିଲେ କି, ତାଙ୍କ ପୁଅର କଥା କହିବାରେ ଅସୁବିଧା ଥିଲା । ସେ ଉଚ୍ଚତାକୁ ମଧ୍ୟ ଡରୁଥିଲା । ସେ କେମିତି ୧୪ ମହଲାକୁ ଗଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେବେ ଗତ ପ୍ରାୟ ୪ ମାସ ହେବ ପୁଅର ବ୍ୟବହାରରେ ପରିବର୍ତ୍ତନ ଦେଖା ଦେଇଥିଲା । ତାର ବ୍ୟବହାର ହିଂସ୍ର ହୋଇଥିଲା । ମୃତ୍ୟୁକୁ ନେଇ କହୁଥିଲା, ଚିନ୍ତା କରିବାର କିଛି ନାହିଁ, ଜୀବନ ଓ ମରଣ ଏକା ପ୍ରକାର ।ଯେଉଁଦିନ ନାବାଳକର ମୃତ୍ୟୁ ହେଲା ସେଦିନ ତାକୁ ଜ୍ୱର ହୋଇଥିଲା । ମା ସେପଟେ ସାନ ପୁଅର ଯତ୍ନ ନେଉଥିଲେ । ହଠାତ୍ ହ୍ୱାସଆପ ଗ୍ରୁପରୁ ଜାଣିବାକୁ ପାଇଲେ, ସୋସାଇଟିର ଜଣେ ନାବାଳକ ଛାତରୁ ଡେଇଁ ଆତ୍ମହତ୍ୟା କରିଛି । ସେ ଯାଇ ଦେଖନ୍ତି ତ ତାଙ୍କ ପୁଅ ।