(ମମତା ସାମଲ)ରିପୋର୍ଟସଟୁଡେ: ଆକ୍ସନ ମୁଡରେ କମିସନରେଟ ପୋଲିସ । ୨୪ ଘଣ୍ଟା ନ ପୁରୁଣୁ ପୁଣି ଏକ ଡବଲ ଏନ୍କାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟର ଆହତ ହୋଇଥିବା ଦୁଇ ଅପରାଧି ହେଲେ ସିପୁନ କବି (ସିଲୁ) ଓ ହରେକୃଷ୍ଣ ସ୍ୱାଇଁ (ହରି) । ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ ସିଲୁ ଓ ହରି ଥିବା ସୂଚନା ପାଇବା ପରେ ପୋଲିସ ଟିମ୍ ପହଁଚିଥିଲା । ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି କରି ଖସି ଯିବାକୁ ଉଦ୍ୟମ କରିଥିଲେ । ମାତ୍ର ପୋଲିସର ପାଲଟା ଗୁଳିରେ ଦୁଇ ଜଣଙ୍କୁ କାବୁ କରାଯାଇଥିଲା । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ରାଉଣ୍ଡ ଗୁଳି, ଗୋଟିଏ ଖେଳନା ବନ୍ଧୁକ, ବାଇକ୍ ଓ ୫୦ ହଜାର ଟଙ୍କା ଜବତ କରାଯାଇଛି । ଏମାନଙ୍କ ନାଁ ବିଭିନ୍ନ ଥାନାରେ ଏକାଧିକ ଅପରାଧ ମାମଲା ରହିଛି । ଗତକାଲି ଏନ୍କାଉଣ୍ଟରରେ ହୋଇଥିବା ଅରୁଣ ଓ ବିବେକଙ୍କ ଗ୍ୟାଙ୍ଗର ଏ ଦୁଇ ଜଣ ବୋଲି ଜଣାପଡ଼ିଛି ।