ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ବଜାର ଦରକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଛି । ଡିସେମ୍ବର ୧ରେ ଲାଗୁ ହେବ ନୁଆ ମଧ୍ୟାନ ଭୋଜନ ଖର୍ଚ୍ଚ । ପ୍ରଥାମିକ ପିଲାଙ୍କ ପାଇଁ ୭ଟଙ୍କା ୬୪ ପଇସା ଖର୍ଚ୍ଚ ହେବ । ପୂର୍ବରୁ ୫ ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ ଟଙ୍କା ୯୪ ପଇସା । ପୂର୍ବର୍ରୁ ଏହା ୮ଟଙ୍କା ୮୨ ପଇସା । ତେବେ ନୂଅ ବିଜେପି ସରକାର ଆସିବା ପରେ ମଧ୍ୟାହ୍ନ ଭୋଜନରେ ୧ଟଙ୍କା ବୃଦ୍ଧି ହୋଇଥିଲା । ପୁଣି ଥରେ ଖର୍ଚ୍ଚକୁ ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି ସରକାର ।