ଅଗ୍ନିପଥ ଯୋଜନାକୁ ନେଇ ବିହାର ଓ ହରିୟାନାରେ ଛାତ୍ରଙ୍କ ହଙ୍ଗାମା

ଛିଡା ହୋଇଥିବା ଟ୍ରେନରେ ନିଆଁ ଲଗାଇ ଦେଲେ

0

ବିହାର: ବୁଧବାର କେନ୍ଦ୍ର ସରକାର ସେନାରେ ଭର୍ତ୍ତି ହେବା ଲାଗି ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ତେବେ ଏହାକୁ ବିରୋଧ କରି ବିହାର ଓ ହରିୟାଣାରେ ଛାତ୍ରଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ସେନାରେ ଭର୍ତ୍ତି ହେବା ଲାଗି ଆଶାୟୀମାନେ ବିହାରର ଜେହାନାବାଦ ଏବଂ ନୱାଡା ରାସ୍ତାରେ ଯାଇଛନ୍ତି । ଆରା ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନେ ହଙ୍ଗାମା ଓ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ରେଳ ଟ୍ରାକ୍ ବ୍ୟତୀତ ପ୍ଲାଟଫର୍ମରେ ଚଢି ଟ୍ରେନ୍ ଯାତାୟତରେ ବାଧା ସୃଷ୍ଟି କରିଥିଲେ । ଏହାଛଡା ଛପରା ଷ୍ଟେସନରେ ଛାତ୍ରମାନେ ଛିଡା ହୋଇଥିବା ଟ୍ରେନରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସମୟରେ ଆରା ଷ୍ଟେସନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ସମ୍ପୃକ୍ତ ଆଶାୟୀ ପ୍ରାର୍ଥୀମାନେ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ବୋଲି ଘଟଣାରୁ ଜଣାପଡିଛି । ଏହାଛଡା ବିହାର ରାଞ୍ଚି ସମେତ ବିଭିନ୍ନ ସ୍ଥାନରେ ଛାତ୍ରମାନେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶକ କରିବା ସହ ସଡ଼କକୁ ଜାମ କରିଦେଇଛନ୍ତି । ତେବେ ଅଗ୍ନିପଥ ଯୋଜନାକୁ ନେଇ ହରିୟାଣାରେ ମଧ୍ୟ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଛି । ରାସ୍ତାରେ ଟାୟାର ଜାଳିବା ସହ ରାସ୍ତାର ଦୁଇ ପାଶ୍ୱରୁ ଆସୁଥିବା ଯାନ ଗୁଡିକୁ ମଧ୍ୟ ଅଟକାଇ ରାସ୍ତା ମଧ୍ୟ ଜାମ୍ କରିଥିଲେ ।