(ବିହାର) : ବିହାରରେ ଜାଳିଦେଲେ ଟ୍ରେନ । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଇ ଏଭଳି ଅମାନୁଷିକ କାଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ତେବେ ଯୁବପିଢ଼ି ଉତ୍ତପ୍ତ ହୋଇ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ବିକ୍ଷୋଭକାରିମାନେ ଅନେକ ସ୍ଥାନରେ ଯାତ୍ରୀବାହୀ ଟ୍ରେନ୍ରେ ନିଆଁ ଲଗାଇଦେଇଛନ୍ତି। ଅନେକ ରେଲୱେ ଷ୍ଟେସନରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି।
ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ଏହାସହ ଆରା ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି । ବଭୁଆ- ପାଟନା ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଛନ୍ତି । ଟ୍ରେନ୍ ସେବା ପୂରାପୁରି ବାଧାପ୍ରାପ୍ତ ହୋଇଛି। ସେହିପରି ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ହାଇୱେକୁ ଯୁବକମାନେ ଅବରୋଧ କରିଛନ୍ତି। ଏହା ପୂର୍ବରୁ ବକ୍ସର, ମୁଜାଫରପୁର, ଗୟାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।
ସୂଚନାନୁଯାୟୀ , କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସେନାରେ ୪ ବର୍ଷ ପାଇଁ କାମ କରିବା ପରେ ଅବସର ନେବୁ। ହେଲେ ଅବସର ନେବାପରେ ପୁଣି ଆମେମାନେ କ’ଣ କରିବୁ ବୋଲି ସେମାନେ ଅସନ୍ତୁଷ୍ଟ ଛାତ୍ରମାନେ ପ୍ରଶ୍ନ କରିଛନ୍ତି। ୪ ବର୍ଷ ପୂରଣ ହେବାପରେ ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ନିଯୁକ୍ତି ଦିଆଯିବ, କିନ୍ତୁ ବାକି ଦଶମ ଓ ଦ୍ଵାଦଶ ଶ୍ରେଣୀ ପାସ୍ କରି ଅଗ୍ନିବୀର ହୋଇଥିବା ୭୫% ଯୁବକଙ୍କ ପାଖରେ ୪ ବର୍ଷ ପରେ କ’ଣ ବିକଳ୍ପ ରହିବ? ସରକାର ଯଦିଓ ତାଙ୍କୁ ୧୨ ଲକ୍ଷ ଟଙ୍କା ସେବାନିଧି ଦେବେ, କିନ୍ତୁ ଆଉ ଏକ ଚାକିରି ଦେବା ପାଇଁ ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ବୋଲି ପ୍ରଶ୍ନ ଉଠୁଛି।