କଟକ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିହାର ହରିୟାଣାରୁ ଆରମ୍ଭ ହୋଇଥିବା ଦେଶସାରା ବ୍ୟାପି ଯାଇଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନକୁ ବିରୋଧ କରି ଆନ୍ଦୋଳନକାରୀମାନେ ଷ୍ଟେସନ ଛିଡା ହୋଇଥିବା ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ଆନ୍ଦୋଳନକୁ ଆୟତ୍ତ କରୁଥିବା ଜଣାପଡିଛି । ହିଂସା ବଢୁଥିବା ଦେଖି ପୂର୍ବ କେନ୍ଦ୍ରୀୟ ରେଳପଥର ୨୨ଟି ଟ୍ରେନକୁ ବାତିଲ କରାଯାଇଛି । ଏହାଛଡା ୨୯ଟ ଟ୍ରେନ୍ ପ୍ରଭାବିତ ହୋଇଛି । ଏହାଛଡା ଏନେଇ କଟକର କ୍ୟାନେଣ୍ଟମେଣ୍ଟ ରୋଡରେ ଥିବା ସେନା ନିଯୁକ୍ତି ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଛାତ୍ରମାନେ ସେନା କାର୍ଯ୍ୟାଳୟ ନିକଟକୁ ଅଗ୍ରସର ହେଉଥିବାବେଳେ ପୁଲିସ ସେମାନଙ୍କୁ ଘଉଡାଇଥିଲା । ତେବେ ପୁଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ନେଇ ସୂଚନା ମିଳିଛି । କଟକ ଡିସିପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଅଶାନ୍ତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ ।