ଓୟୁଏଟି ଓ ଆଇଆଇଆଇଟି ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା

0

ଭୁବନେଶ୍ୱର : ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ତଥା ଗବେଷଣାତ୍ମକ ନୂତନ ଜ୍ଞାନକୌଶଳର ଆଦାନପ୍ରଦାନ, ନୂତନଉଦ୍ଭାବନ, ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଓଆଇଆଇଆଇଟି ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି I ଓୟୁଏଟି ପକ୍ଷରୁ ଯୋଜନା ଓ ତଦାରଖ ନିର୍ଦେଶକ ଡ଼. ଦୟାନିଧି ମିଶ୍ର ଓ ଆଇଆଇଆଇଟି ଭୁବନେଶ୍ୱରର ଏକାଡେ଼ମିକସ ବିଭାଗର ଅଧ୍ୟକ୍ଷ ପ୍ରଫେସର ଆର. ସି. ବଳବନ୍ତରାୟ ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ I ଏହିବୁଝାମଣା ଫଳରେ ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସ ଦ୍ୱାରା ଜ୍ଞାନ କୌଶଳର ଉଦ୍ଭାବନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଗବେଷଣା ପାଇଁ ସମ୍ବଳର ଆଦାନ ପ୍ରଦାନ ଆଦି ସରଳ ଓ ସୁବିଧା ହୋଇପାରିବ ବୋଲି ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି I ଏହା ସହ ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୂଚନା ଓ ବୈଷୟିକ ଜ୍ଞାନ କୌଶଳର ଆଦାନପ୍ରଦାନ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ସହାୟକ ହେବ I ଏହି ଅବସରରେ ଓୟୁଏଟିର ନିର୍ଦେଶକ, ଅଧ୍ୟକ୍ଷ, ବୈଜ୍ଞାନିକ ଓ ଆଇଆଇଆଇଟି ଭୁବନେଶ୍ୱରର ସଦସ୍ୟ ଉପସ୍ଥିତ ଥିଲେ।