ଓଡିଶା ଚାଷୀଙ୍କୁ ମାଲେସିଆ ବୁଲାଇବେ କୃଷି ବିଭାଗ

0

ଭୁବନେଶ୍ୱର: ମାଲେସିଆ ଯିବେ କୃଷକ ଓ କୃଷି ଅଧିକାରୀ । ଓଡିଶା ଚାଷୀଙ୍କୁ ମାଲେସିଆ ବୁଲାଇବେ କୃଷି ବିଭାଗ ।  8 ଦିନିଆ ଏକ୍ସପୋଜର ଭିଜିଟରେ ଯିବେ ଓଡ଼ିଶାର ଚାଷୀ ଏବଂ କୃଷି ବିଭାଗର ଅଧିକାରୀ ।  ବିଭିନ୍ନ ଅଞ୍ଚଳର 14 ଜଣ ଚାଷୀ ଏବଂ 14 ଅଧିକାରୀ ମନେ ମାଲେସିଆ ଗସ୍ତରେ ଯିବେ ।  ନାବାର୍ଡ ଏବଂ ବିଶ୍ବ ବ୍ୟାଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ଆଜି ଅନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମକୁ  ପତାକା ଦେଖାଇ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭଗ ମିଳିତ ସହଯୋଗରେ ମନୋନୀତ କୃଷକମାନେ ଏହି ଗସ୍ତ କରିବେ ।   ଗୋଟିଏ ସପ୍ତାହ ବ୍ୟାପି ଏହି ଗସ୍ତରେ କୃଷକ ଏବଂ କୃଷି ଅଧିକାରୀମାନେ କୃଷି ଭିତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ, ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉର୍ନତ ଉଧ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବାର ସୁଯୋଗ କୃଷକମାନଙ୍କୁ ମିଳିବ ।  କାଯ୍ୟକ୍ରମରେ ବିଭାଗର ଶାସନ ସଚିବ ଡ଼. ଅରବିନ୍ଦ ପାଢ଼ୀ, ଉଦ୍ୟାନ କୃଷି ନିର୍ଦେଶକ ନିଖିଳ ପୱନ କଲ୍ୟାଣଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ  ।