ଚିନିକଳ ପ୍ରସଙ୍ଗରେ ବିଜେଡି ଉପରେ ଦୋଷ ଲଦିଲେ କୃଷି ମନ୍ତ୍ରୀ

0

ଭୁବନେଶ୍ୱର : ବିଧାନସଭାରେ ବିଧାୟକ ଅଶ୍ଵିନି ପାତ୍ରଙ୍କୁ ଜବାବ ଦେଲେ କୃଷି ମନ୍ତ୍ରୀ | ଚିନିକଳ ପ୍ରସଙ୍ଗରେ ବିଜେଡି ଉପରେ ଦୋଷ ଲଦିଲେ ମନ୍ତ୍ରୀ | ବର୍ତ୍ତମାନ ରାଜ୍ୟରେ 6ରୁ ଦୁଇଟି ଚିନିକଳ କାର୍ଯ୍ୟକ୍ଷମ ଅଛି | ଯାହା ଢେଙ୍କାନାଳ ଓ ଆସ୍କାରେ ଚାଲିଛି | ବରଗଡ଼, ବଲାଙ୍ଗୀର, ବଡମ୍ବା ଓ ନୟାଗଡ ଚିନିକଳ କୁପରିଚାଳନା ପାଇଁ ବନ୍ଦ ପଡିଛି | ଜଳେଶ୍ଵରର ବିଜେଡ଼ି ବିଧାୟକ ଅଶ୍ଵିନି ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । କାହିଁକି କୁପରିଚାଳନା ହେଲା ସେକଥା ଆପଣଙ୍କ ଦଳକୁ ପଚାରନ୍ତୁ ବୋଲି କହିଲେ କୃଷି ମନ୍ତ୍ରୀ |