ପୁରୀ: ଆଗକୁ ଆସୁଛି ରଥଯାତ୍ରା । ଏନେଇ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡିଲାଣି ପ୍ରଶାସନ । ରଥଯାତ୍ରା ଉପଲକ୍ଷେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ ହେବାକୁ ଥିବା ବେଳେ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ସାଜେ । ତେବେ ଏ ଅସୁବିଧାର ସାମ୍ନା କରିବା ପାଇଁ ବୈଷୟିକ ସହାୟତା ନିଆଯାଇ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା ଦ୍ବାରା ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା କରାଯିବ।
ଆସନ୍ତା ଏପ୍ରିଲ ୩୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମେ ଶେଷ ସୁଦ୍ଧା ସବୁ ବିଭାଗ ନିଜ ନିଜ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରରେ ନୀତି ସଂପାଦନ, ରଥ ସାମଗ୍ରୀ ଓ ରଥ ନିର୍ମାଣଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଓ ପରିମଳ ସେବା, ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ଯୋଗାଣ, ପରିବହନ, ରେଳ ସେବା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି।