ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ ଏଆଇ

0

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । ଏଆଇ ଟେକ୍ନୋଲଜିର ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରାଯିବ । ତେବେ ମନ୍ଦିର ଭିତର ଓ ବାହାରେ ଲାଗିବ ୧୪ଟି କ୍ୟାମେରା । ମନ୍ଦିର ପରିସରରେ ମୋବାଇଲ ବ୍ୟବାହାର କଲେ ଧରିବ ଏଆଇ । ଏହା ସହ ନିଷିଦ୍ଧ ସାମଗ୍ରୀକୁ ସହଜରେ ଧରିପରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ବା ଆଟିଫିସିଆଲ ଇଣ୍ଟଲିଜେନ୍ସ ଟେକ୍ନୋଲୋଜି ଉପଯୋଗ କରି ଅତ୍ୟାଧୁନିକ ଫୁଟଫଲ କାଉଣ୍ଟିଂ କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା,ଭିଡ ନିୟନ୍ତ୍ରଣ , ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଏହି ଏଫଏଫ ସି ଏସ ସ୍ଥାପନ କରାଯାଉଛି । ଶ୍ରୀମନ୍ଦିର –ଭିତର ଓ ବାହାର ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ ।