ଆଜିଠାରୁ ୪ ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା

ଆଜିଠାରୁ ୪ ଜିଲ୍ଲାରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା।

(ଭୁବନେଶ୍ୱର) : ଆଜିଠାରୁ ୪ ଜିଲ୍ଲାରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା। ୪ ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେବ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ।

ସୂଚନାନୁଯାୟୀ , ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ। ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସୋମବାର ପୂର୍ବାହ୍ନ ୧୦ରୁ ୧୧ଟା ଭିତରେ ଏହି ସେବାର ଶୁଭାରମ୍ଭ ହେବ। ଏହା ଦ୍ୱାରା ବହୁ ଗରିବ ଲୋକେ ଚିକିତ୍ସିତ ହୋଇପାରିବେ ଏବଂ ଏହାର ସୁବିଧା ପାଇପାରିବେ। ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଶ୍ରୀ ଦାସ କହିଛନ୍ତି।