(ମମତା ସାମଲ)ରିପୋର୍ଟସଟୁଡେ: ୧୯୯୯ରେ କାର୍ଗିଲ ପାହାଡ ଉପରୁ ପାକିସ୍ତାନ ସୈନକଙ୍କୁ ବିଶ୍ୱାସ ହୋଇନଥିଲା ଯେ,ଆକାଶରୁ ସେମାନଙ୍କ ଉପରେ ଗୁଳି ବର୍ଷା ହୋଇ ପାରିବ । କାରଗିଲ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଲଢ଼ୁଆ ବିମାନ ମିଗ୍ ୨୭କୁ ଆଜି ଭାରତୀୟ ବାୟୁସେନାରୁ ଅବସର ଦିଆଯାଇଛି। ଏଥିପାଇଁ ରାଜସ୍ଥାନର ଯୋଧପୁରରେ ଥିବା ବାୟୁସେନା ଘାଟିରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।
ଏଥିରେ ମିଗ ୨୭ ଶେଷ ଉଡ଼ାଣ ଭରିଛି। ଏହି ଅବସରରେ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମିଗ୍ ୨୭କୁ ସଲାମ କରିଥିଲେ।
ଲଢ଼ୁଆ ମିଗ୍ ୨୭ ଗି ୪ ଦଶନ୍ଧି ଧରି ବାୟୁସେନାରେ କାର୍ୟ୍ୟ କରିଆସୁଥିଲା। ୧୯୯୯ରେ ପାକିସ୍ତାନ ସହ ହୋଇଥିବା କାରଗିଲ ଯୁଦ୍ଧରେ ମିଗ୍ ୨୯ ହିରୋ ସାଜିଥିଲା। ବାୟୁସେନାର ବହୁ ପ୍ରମୁଖ ଅପରେସନରେ ଏହି ବିମାନ ସାମିଲ ହୋଇଥିଲା। ବାୟୁସେନାରେ ଏହି ବିମାନ ୧୯୮୫ରେ ସାମିଲ ହୋଇଥିଲା।