କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଏୟାର ଇଣ୍ଡିଆ ବିମାନ ଗତିପଥ ବଦଳିଲା

0

ନୂଆଦିଲ୍ଲୀ : କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଏୟାର ଇଣ୍ଡିଆ ବିମାନ ଗତିପଥ ବଦଳିଲା । ଦିଲ୍ଲୀରୁ ତେଲ ଆଭିଭ ଯାଉଥିବା ବିମାନ ଅବୁ ଧାବି ଅଭିମୁଖେ ଗଲା । ତେଲ ଆଭିଭ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ସୂଚନା ପାଇ ଅବୁ ଧାବି ଯାତ୍ରା କରିଥିବା ସୂଚନା ମିଳିଛି। ତେଲ ଆଭିଭରେ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ କ୍ଷେପଣାସ୍ତ୍ର ଆକ୍ରମଣ ଆଶଙ୍କାରେ ଏୟାର ଇଣ୍ଡିଆ ବିମାନ ଆବି ଧାବୁ ଗଲା। ମେ’ ୬ ଯାଏଁ ତେଲ ଆଭିଭରୁ ଦିଲ୍ଲୀ ଫେରିବାକୁ ଥିବା ବିମାନର ଉଡ଼ାଣ ବାତିଲ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରବିବାର ଏୟାର ଇଣ୍ଡିଆର ଏଆଇ୧୩୯ ବିମାନ ତେଲ୍‌ ଆଭିଭ୍‌ରେ ଅବତରଣ କରିବାର ଘଣ୍ଟାଏରୁ କମ୍‌ ସମୟ ପୂର୍ବରୁ ହୁଟି ଆତଙ୍କବାଦୀ ମିଶାଇଲ ଆକ୍ରମଣ କରିଥିଲେ। ତେଲ୍‌ ଆଭିଭ୍‌ ନିକଟରେ ଥିବା ଇସ୍ରାଏଲ୍‌ର ସର୍ବବୃହତ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ବେନ୍‌ ଗୁରିଅନ୍‌ ଏୟାରପୋର୍ଟର ୩ ନମ୍ବର ଟର୍ମିନାଲଠାରୁ ୭୫ ମିଟର ଦୂରରେ ମିଶାଇଲ୍‌ ମାଡ଼ କରିବାରୁ ୨୫ ମିଟର ଗଭୀର ଖାତ ସୃଷ୍ଟି ହୋଇଛି। ଏହା ୪ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ଅତିକ୍ରମ କରି ଲକ୍ଷ୍ୟଭେଦ କରିଥିବା କୁହାଯାଉଛି।