(ରିପୋର୍ଟସ ଟୁଡ଼େ/ଭୁବନେଶ୍ୱର): ଏୟାର ଇଣ୍ଡିଆର ସାଧାରଣତନ୍ତ୍ର ଦିବସ ଅଫର । ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ମାର୍ଗରେ ଯାତ୍ରୀଙ୍କ ଟିକେଟରେ ଆକର୍ଷଣୀୟ ରିହାତି ଦେଉଛି ଏୟାର ଇଣ୍ଡିଆ । ଏନେଇ ଏୟାରଲାଇନ୍ ପ୍ରବକ୍ତା ସୂଚନା ଦେଇଛନ୍ତି।
ତେବେ ଅଫରଟି ହେଉଛି, ଏୟାରଲାଇନ୍ ତିନିଦିନ ଧରି ଅର୍ଥାତ୍ ଜାନୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ଟିକେଟରେ ରିହାତି କରି ବିକ୍ରି ଆରମ୍ଭ କରିବ। ଏବଂ ଯାତ୍ରୀ ୨୦୧୯ ସେପ୍ଟେମ୍ବର ୩୦ରୁ ଏହି ଟିକେଟରେ ଯାତ୍ରା କରି ପାରିବେ। ଟିକେଟରେ ପ୍ରଥମେ ଆସ ପ୍ରଥମେ ପାଅ ଆଧାରରେ ଏୟାର ଇଣ୍ଡିଆ ୱେବସାଇଟ୍, ଏୟାରଲାଇନ୍ ଓ ସିଟି ବୁକିଂ ଅଫିସ୍, କଲ ସେଣ୍ଟର୍ସ ତଥା ଟ୍ରେବଲ ଏଜେଣ୍ଟ ମାଧ୍ୟମରେ ଯାତ୍ରୀ କ୍ରୟ କରି ପାରିବେ।
ତେବେ ଘରୋଇ ମାର୍ଗରେ ଇକୋନମି କ୍ଲାସ ଟିକେଟର ପ୍ରାରମ୍ଭିକ ମୂଲ୍ୟ ୯୭୯ ଟଙ୍କା ରହିଥିବାବେଳେ ବିଜନେସ୍ କ୍ଲାସରେ ୬,୯୬୫ ଟଙ୍କା ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ଇକୋନମି କ୍ଲାସର ପ୍ରାରମ୍ଭିକ ଟିକେଟ ମୂଲ୍ୟ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।