ବିମାନରେ ବୋମା : କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ

0

ନୂଆଦିଲ୍ଲୀ : ଏୟାର ଇଣ୍ଡିଆରେ ବୋମା ଆତଙ୍କ। ମୁମ୍ବାଇରୁ ଉଡାଣ ଭରିଥିବା ବିମାନରେ ବୋମା ଥିବା ସୂଚନା ମିଳିଛି । ଜରୁରୀକାଳୀନ ପରିସ୍ଥିତିରେ କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ବିମାନ ଅବତରଣ କରାଯାଇଛି । ଏୟାର ଇଣ୍ଡିଆ ୬୫୭ ମୁମ୍ବାଇରୁ ଉଡାଣ ଭରିଥିବାବେଳେ ହଠାତ ବୋମା ଥିବା ସୂଚନା ମିଳିଥିଲା । ତେବେ ଜରୁରୀକାଳୀନ ଅବତରଣ ପରେ ବୋମାର ଯାଞ୍ଚ ପାଇଁ ଟିମ ପହଞ୍ଚିଛି।
ସୂଚନା ଯୋଗ୍ୟ ଯେ, ବିମାନରେ ୧୩୫ଜଣ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ସକାଳ ୮ ଟାରେ ଏୟାର ଇଣ୍ଡିଆର ଅବତରଣ ପରେ ବିମାନକୁ ଆଇସୋଲେସନରେ ରଖାଯାଇଛି ।