ତିରୁବନନ୍ତପୁରମ୍ : ଏୟାର୍ ଇଣ୍ଡିଆର କୋଝିକୋଡ଼-ଡାମାମ୍ ବିମାନରେ ଦେଖା ଦେଇଛି ତୃଟି । ଆଜି ପ୍ରାୟ ୧୮୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର୍ ଇଣ୍ଡିଆର କୋଝିକୋଡ଼-ଡାମାମ୍ ବିମାନରେ ବୈଷୟିକ ତ୍ରୁଟି ଦେଖା ଦେବାରୁ ତିରୁବନନ୍ତପୁରମ୍ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନଟି ସକାଳ ୯.୪୪ରେ କାଲିକଟସ୍ଥିତ କାରିପୁର ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । ବିମାନଟି ଉଡିବାର ୨ ଘଣ୍ଟା ପରେ ଏହା ଜରୁରୀ ଅବତରଣ କରିଥିଲେ । ବିମାନ ବନ୍ଦରସୂତ୍ରର ସୂଚନା ଅନୁଶାରେ, ଯାତ୍ରୀଙ୍କୁ ନେଇ ଯାଉଥିବା ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ‘ଆଇଏକ୍ସ୩୮୫’ ବିମାନର ଲାଞ୍ଜ ଅଂଶଟି ଆଜି ସକାଳେ କାଲିକଟ୍ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ବେଳେ ରନୱେରେ ପିଟି ହୋଇଯାଇଥିଲା । ନିରାପଦ ଅବତରଣ ସୁବିଧା ପାଇଁ ଆରବ ସାଗରରେ ଇନ୍ଧନ ଢାଳି ଦେଇ ବିମାନଟି ତିରୁବନନ୍ତପୁରମ୍ ବିମାନ ବନ୍ଦରରେ ଅବତରଣ କରିଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି ।