ବିମାନ ଦୁର୍ଘଟଣା; ୧୨ କ୍ରୁ ସଦସ୍ୟ ମୃତ୍ୟୁ

0

ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦେଶରେ ଶୋକର ଛାୟା ଖେଳାଇଦେଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜଣଙ୍କୁ ଛାଡ଼ିଦେଲେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ତେବେ କିଏ କାହାର ପରିବାର କିଏ ନିଜର ପୁଅ ଝିଅଙ୍କୁ ହରାଇଛନ୍ତି । ଆଉ ଏହାରି ଭିତରେ ଏହି ବିମାନରେ 12 ଜଣ କ୍ରୁ ସଦସ୍ୟ ଥିଲେ । ଯେଉଁମାନେ ପ୍ରାଣ ହରାଇଛନ୍ତି  । ଏହି କ୍ରୁ ସଦସ୍ୟଙ୍କ ମଧ୍ୟରେ ଜଣେ ପାଇଲଟ୍ ଥିଲେ ଯିଏ ଅବସର ନେବାକୁ ଯାଉଥିଲେ। ଜଣେ ବିମାନ ପରିଚାରିକା ଥିଲେ ଯାହାଙ୍କର ୧୧ ବର୍ଷରୁ ଅଧିକ ଅଭିଜ୍ଞତା ଥିଲା। କିଛି କ୍ରୁ ସଦସ୍ୟ ଥିଲେ ଯେଉଁମାନେ ବର୍ତ୍ତମାନ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ଜଣେ ୨୪ ବର୍ଷୀୟ ବିମାନ ପରିଚାରିକା ମଧ୍ୟ ଥିଲେ ଯିଏ ତାଙ୍କ ଗାଁର ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଥିଲେ।
କ୍ୟାପଟେନ୍ ସୁମିତ ସବରୱାଲ ଉଡ଼ାଉଥିଲେ। କ୍ୟାପଟେନ୍ ସବରୱାଲ ବହୁ ବର୍ଷ ଧରି ଜଣେ ପାଇଲଟ୍ ଥିଲେ। ସେ ତାଙ୍କ 90 ବର୍ଷୀୟ ବାପାଙ୍କ ସହିତ ପୋୱାଇର ଜଳଭାୟୁ ବିହାରରେ ରହୁଥିଲେ। ତାଙ୍କ ପଡ଼ୋଶୀମାନେ କହିଥିଲେ ଯେ ସେ କିଛି ମାସ ମଧ୍ୟରେ ଅବସର ନେଇଥାଆନ୍ତେ। ଅବସର ପରେ ସେ ତାଙ୍କ ବାପାଙ୍କ ସହିତ ଅଧିକ ସମୟ ବିତାଇବାକୁ ଯୋଜନା କରିଥିଲେ।