(ମୁମ୍ବାଇ) : ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଏୟାର ଇଣ୍ଡିଆ ବିମାନ । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଧରଣର ଦୁର୍ଘଟଣା ଟଳିଯାଇଛି । ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ବେଙ୍ଗାଲୁରୁ ଯାଉଥିଲା । ନିକଟରେ ଜରୁରୀ ଅବତରଣ ପାଇଁ କୌଣସି ବିମାନବନ୍ଦର ନଥିବାରୁ ବାଧ୍ୟ ହୋଇ ପୁଣି ମୁମ୍ବାଇ ଏୟାରପୋର୍ଟକୁ ଫେରିଥିଲା ।
ମଝି ଆକାଶରେ ବିମାନ ଇଞ୍ଜିନ ହଠାତ୍ ବନ୍ଦ ହୋଇଯିବାରୁ ଏୟାର ଇଣ୍ଡିଆ ବିମାନ ଜରୁରୀ ଅବତରଣ କରିଛି । ଏୟାରବେସ୍ ଏ-୩୨୦ ନାମକ ଏକ ବିମାନ ମୁମ୍ବାଇ ଏୟାରପୋର୍ଟରୁ ଉଡାଣ ଭରିବାର ୨୭ ମିନିଟ ପରେ ଜରୁରୀ ଅବତରଣ କରିଛି ।
ସୂଚନାନୁଯାୟୀ , ଏହାକୁ ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି, ବିମାନ ଜରୁରୀ ଅବତରଣ କରିବା ପରେ ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳ ବେଙ୍ଗାଲୁରୁ ପଠାଯାଇଥିଲା । ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ଏହି ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ ଆରମ୍ଭ କରିଛି ।