ପ୍ରସାଦରେ ଚଢ଼ାଯାଏ ବିମାନ

0

(ପ୍ରିୟଦର୍ଶନୀ ସ୍ୱାଇଁ): ଭାରତ ଏକ ଧର୍ମାବଲମ୍ବୀ ଦେଶ । ତେବେ ଆମ ଦେଶରେ ଅନେକ ସାଂସ୍କୃତିକ,ପାରମ୍ପରିକ ଦର୍ଶନୀୟ ସ୍ଥାନ ରହିଛି । ଯାହା ଅତ୍ୟନ୍ତ ମନୋଲୋଭା । ସବୂୁ ମନ୍ଦିରରେ ପ୍ରସାଦ ଭୋଗ ଲଗାଯାଇଥାଏ କିନ୍ତୁ ଆମ ଦେଶରେ ଏପରି ଏକ ଗୁରୁଦ୍ୱାର ରହିଛି ଯେଉଁଠି ଭଗବାନଙ୍କୁ ପ୍ଲାଷ୍ଟିକ ବିମାନ ଭେଟି ଦିଆଯାଏ । ପଞ୍ଜାବ ରାଜ୍ୟରେ ଜଳନ୍ଦର ଜିଲ୍ଳାରେ ତନହଲ ଅବସ୍ଥିତ ଶହୀଦ ବାବା ନିହାଲ ସିଂହ ଗୁରୁଦ୍ୱାରରେ ଏଭଳି ପରମ୍ପରାର ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ କହିବା କଥା ବିଦେଶ ଯିବା ପାଇଁ ଲୋକେ ବିମାନ ଯାଚଣା କରିଥାନ୍ତି । ଏହା ପୁର୍ଣ୍ଣ ହୋଇଯିବା ପରେ ବିମାନ ଭେଟି ଦେଇଥାନ୍ତି । ସମୟ କ୍ରମେ ଏହା ଏକ ପରମ୍ପରାରେ ପରିଣତ ହୋଇଛି । ପ୍ରତ୍ୟେକ ବର୍ଷ ବାବା ନିହାଲ ସିଂହଙ୍କ ସ୍ମୁତିରେ ଏକ ମେଳାର ଆୟୋଜନ ହୋଇଥାଏ ଯେଉଁଥିରେ ବିମାନ ଭେଟି ପାଲଟିଥାଏ ମୁଖ୍ୟ ଆକର୍ଷଣ ।