ରାଜ କୁନ୍ଦ୍ରାଙ୍କ ବଙ୍ଗଳାରେ ବଳତ୍କାର, ମିଳିମିଶି କରୁଥିଲେ ଏପରି
: ଅଶ୍ଳୀଳ ଫିଲ୍ମ ମାମଲା ଭିତରରେ ଫସି ରହିଛନ୍ତି ରାଜ କୁନ୍ଦ୍ରା । ଏଥର କିନ୍ତୁ ମଡ ଆଇଲ୍ୟାଣ୍ଡସ୍ଥିତ ତାଙ୍କ ବଙ୍ଗଳାକୁ ନେଇ । ଅଭିନୟ କାର୍ଯ୍ୟ ଦେବା ବାହାନାରେ ଡକାଇ ଏହି ବଙ୍ଗଳାରେ କିପରି ନିର୍ଯାତନାର ଶିକାର ହୋଇଛନ୍ତି ତାହା ମୁମ୍ବାଇ ପୋଲିସ ସାମ୍ନାରେ କହିଛନ୍ତି ୨ ଯୁବତୀ।
(ମୁମ୍ବାଇ) : ଅଶ୍ଳୀଳ ଫିଲ୍ମ ମାମଲା ଭିତରରେ ଫସି ରହିଛନ୍ତି ରାଜ କୁନ୍ଦ୍ରା । ଏଥର କିନ୍ତୁ ମଡ ଆଇଲ୍ୟାଣ୍ଡସ୍ଥିତ ତାଙ୍କ ବଙ୍ଗଳାକୁ ନେଇ । ଅଭିନୟ କାର୍ଯ୍ୟ ଦେବା ବାହାନାରେ ଡକାଇ ଏହି ବଙ୍ଗଳାରେ କିପରି ନିର୍ଯାତନାର ଶିକାର ହୋଇଛନ୍ତି ତାହା ମୁମ୍ବାଇ ପୋଲିସ ସାମ୍ନାରେ କହିଛନ୍ତି ୨ ଯୁବତୀ। ତେବେ ଏହି ବଙ୍ଗଳାରେ ହିଁ ଅଶ୍ଳୀଳ ଫିଲ୍ମର ସୁଟିଂ ଚାଲୁଥିବା ବେଳେ ଏଥିନିମନ୍ତେ ଯୁବତୀମାନଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହେଉଥିଲା। କେବଳ ସେତିକି ନୁହେଁ ସେମାନଙ୍କୁ ନ୍ୟୁଡ୍ ସିନ୍ ଦେବାକୁ ବାଧ୍ୟ କରାଯିବା ସହ ବଳାତ୍କାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ୨ ଯୁବତୀ। ରାଜ କୁନ୍ଦ୍ରା ଜେଲ୍ ଯିବା ପରେ ତାଙ୍କ ସପକ୍ଷରେ ମୁହଁ ଖୋଲୁଥିବା ଗହନା, ରୋବା ଏବେ ପୋଲିସ ଟାର୍ଗେଟରେ ।
ସୂଚନାନୁଯାୟୀ , ପ୍ରଥମ ପୀଡ଼ିତା ଯୁବତୀ ଦେଇଥିବା ବୟାନ ଅନୁଯାୟୀ, ରୋବାଙ୍କ ସଂସ୍ପର୍ଶରେ ଆସିବା ପରେ ମଡ ଆଇଲ୍ୟାଣ୍ଡସ୍ଥିତ ଏକ ବଙ୍ଗଳାକୁ ସୁଟିଂ ପାଇଁ ଯାଇଥିଲେ। ଗତ ଫେବୃୟାରୀ ୨ ତାରିଖରେ ତାଙ୍କୁ ଉକ୍ତ ବଙ୍ଗଳାକୁ ନିଆଯାଇଥିଲା। ସେଠାରେ ରୋବା ୨୫ ହଜାରର ଅଫର ଦେଇ ଏକ ସ୍କ୍ରିପ୍ଟ ହାତରେ ଧରାଇଦେଲେ। ସ୍କ୍ରିପ୍ଟ ମୁତାବକ ବୋଲ୍ଡ ଡ୍ରେସ ପିନ୍ଧିବାକୁ କୁହାଯିବାରୁ ପୀଡ଼ିତାଜଣକ ମନା କରିଥିଲେ। ମାତ୍ର ବଡ଼ ଫିଲ୍ମରେ ଲିଡ ରୋଲ ପାଇବାକୁ ଏପରି କାମ କରିବାକୁ ପଡ଼ିଥାଏ ବୋଲି କହି ରୋବା ଧମକାଇଥିଲେ। ଏହାପରେ ଅଧା ଫିଲ୍ମ ସୁଟିଂ ହେବା ପରେ ନ୍ୟୁଡ ସିନ୍ ଦେବାକୁ କୁହାଯାଇଥିଲା। ମାତ୍ର ମନା କରିବାରୁ ସୁଟ୍ ନ କଲେ ମିଛ ମାମଲାରେ ଫସାଇବା ସହ କ୍ଷତି ହୋଇଥିବା ଟଙ୍କା ଭରଣା କରିବାକୁ ପଡ଼ିବ ବୋଲି କହିଥିଲେ। ତେବେ ଏହି ମାମଲାର ସୁନେଲି ହୋଇନଥିବା ବେଳେ କଣ ହେବ ତାହା ସମୟ ହିଁ କହିବ ।