ସମାଜସେଵା ପାଇଁ ଅଜୟ ସାହୁଂକୁ ସମ୍ମାନଜନକ  ଆନ୍ତର୍ଜାତିକ ଡକ୍ଟରେଟ

0

ସେମିଳିଗୁଡା/ ଦଶରଥ ମାଛ: ଜୀବନବ୍ୟାପୀ ସମାଜସେବା ପାଇଁ ସମାଜସେବୀ ତଥା ବରିଷ୍ଠ ସାମ୍ଵାଦିକ ଅଜୟ ସାହୁଂକୁ ଆନ୍ତର୍ଜାତିକ ସମ୍ମାନଜନକ ଡକ୍ଟରେଟ ମିଳିଛି । ଆଜି ଗ୍ରେଟର ନୋଏଡା ସ୍ଥିତ ଲେମନ ଟ୍ରି ହୋଟେଲରେ ଆୟୋଜିତ ଏକ ଭବ୍ୟ କନଭୋକେସନ ଉତ୍ସଵରେ ଏହି ସମ୍ମାନକ ମାନପତ୍ର, ବ୍ୟାଡଜ, କନଭୋକେସନ ତାମ୍ର ଫଳକ ଓ ସ୍ମ୍ରୁତି ଫଳକ ପ୍ରଦାନ କରାଯାଇଛି ।

ଆମେରିକାର ଫ୍ରାଙ୍କଫୋର୍ଡ ଇଣ୍ଟରନେସନାଲ ୟୁନିଭରସିଟି ତରଫରୁ ଏହି ସମ୍ମାନଜନକ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି । ଏଥିରେ ଗୋଲଗୋଟିଆ ୟୁନିଭରସିଟିର ଡିନ ପ୍ରଫେସର ଡ ରାଜୀବ ମିଶ୍ର,ସୁପ୍ରିମ କୋର୍ଟ ଓକିଲ ଡ ଉଡୁଥାଲା ଜଗନ, ଆମେରିକାର ପ୍ରତିନିଧି ମିସ ଆନ୍ନି, ଵିଶିଷ୍ଟ ସମାଜସେଵୀ ପଦ୍ମଶ୍ରୀ ଜିତେନ୍ଦ୍ର ସିଁ ସାନ୍ଦି ଆଦି ଵିଶିଷ୍ଟ ବ୍ୟକ୍ତି ଅତିଥି ଭାଵରେ ଯୋଗ ଦେଇ ଏହି କନଭୋକେସନ ଉତ୍ସଵରେ ଡକ୍ଟରେଟ ପ୍ରଦାନ କରିଥିଲେ । ଅଜୟ କୁମାର ସାହୁ ଏବେ ଡା ଅଜୟ କୁମାର ସାହୁ ଭାଵରେ ପରିଚିତ ହେଲେ ଶ୍ରୀ ସାହୁ କହିଛନ୍ତି । ଏଥିପାଇଁ ଶ୍ରୀ ସାହୁଂକୁ ବିଭିନ୍ନ ମହଲରୁ ଶୁଭେଛାର ଵାର୍ତ୍ତା ମିଳିଵାରେ ଲାଗିଛି ।