ସିଆରପିଏଫର ୮୦ତମ ବର୍ଷପୂର୍ତି

0

(ରିପୋର୍ଟସ ଟୁଡ଼େ)ଗୁରୁଗ୍ରାମ: କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ୮୦ତମ ସ୍ଥାପନା ଦିବସ । ହରିୟାଣାର ଗୁରୁଗ୍ରାମର କାଦରପୁରରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ସ୍ଥାପନା ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲ ପରେଡ ନିରୀକ୍ଷଣ କରିଛନ୍ତି ।
ଡୋଭାଲ ଫେବୃଆରୀ ୧୪ରେ ଜାମ୍ମୁ କାଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ୪୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଯବାନଙ୍କ ଏହି ବଳିଦାନ ଦେଶ କେବେ ଭୁଲିବ ନାହିଁ । ଦେଶ ପାଇଁ ସିଆରପିଏଫର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ଅଜିତ ଡୋଭାଲ ଯବାନଙ୍କୁ ସମ୍ବୋନ୍ଧିତ କରି କହିଛନ୍ତି।
ଡୋଭାଲ କହିଛନ୍ତି କି, ଆମର ବୈଠକ ହେବା ସମୟରେ କେଉଁ ଦଳକୁ ପଠାଯିବ, କେତେ ବାଟାଲିୟନ ପଠାଯିବା ଉଚିତ୍ ତାହା ଚର୍ଚ୍ଚା କରାଯାଏ । ଏହି ସମୟରେ ସିଆରପିଏଫକୁ ପଠାଯିବା ଉଚିତ୍, ତାହା ଏକ ବିଶ୍ୱାସନୀୟ ବଳ, ଆମେ ତାଙ୍କ ଉପରେ ପୂର୍ଣ୍ଣ ରୂପରେ ଭରଷା କରି ପାରିବା ବୋଲି ଉତର ଆସେ ।