ମହାରାଷ୍ଟ୍ରର ମହା ପଲିଟିକ୍ସ, ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

0

ମୁମ୍ବାଇ: ମହାରାଷ୍ଟ୍ରରରେ ମହା ପଲିଟିକ୍ସ ଦେଖିବାକୁ ମିଳିଛି । ରାଜଭବନରେ ପହଞ୍ଚିଛନ୍ତି ଏନ୍ସିପି ନେତା ଅଜିତ ପାୱାର । ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ରାଜଭବନ ପହଂଚି ସିନ୍ଦେ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର । ରାଜ୍ୟପାଳ ରମେଶ ବୈଶ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ସମୟରେ ଅଜିତ ପାୱାର ସମର୍ଥକମାନେ ସ୍ଲୋଗାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଫଡନାବୀସ ମଧ୍ୟ ପହଞ୍ଚିଛନ୍ତି । ଅଜିତ ପାୱାରଙ୍କ ପରେ ଦ୍ୱିତୀୟ ବରିଷ୍ଠ ଏନସିପି ନେତା ଛଗନ ଭୁଜବଲ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଛଗନ ଭୁଜବଲ ମହାରାଷ୍ଟ୍ରର ଜଣେ ପ୍ରମୁଖ ନେତା ଏବଂ ତାଙ୍କୁ ଶରଦ ପାୱାରଙ୍କ ନିକଟତର ବିବେଚନା କରାଯାଇଛି।
ଅଜିତ ପାୱାରଙ୍କ ସିନ୍ଦେ. ବିଜେପି ସରକାରରେ ଯୋଗଦେବା ବିଜେପି ପକ୍ଷକୁ ଅଧିକ ଶକ୍ତିଶାଳୀ କରୁଛି। ଏଭଳି ପରିସ୍ଥିତିରେ, ସିନ୍ଦେ ଦଳର ସମର୍ଥନ ବିନା ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଛି। ବର୍ତ୍ତମାନ ସରକାରରେ ୧୬୬ ଜଣ ବିଧାୟକଙ୍କ ସମର୍ଥନ ରହିଛି, ସେମାନଙ୍କ ମଧ୍ୟରୁ ବିଜେପିର ୧୨୫ ଜଣ ବିଧାୟକ ଏବଂ ୪୦ ଜଣ ଶିନ୍ଦେ କ୍ୟାମ୍ପରୁ। ଯଦି ଅଜିତ ପାୱାର କ୍ୟାମ୍ପର ୩୦ ଜଣ ବିଧାୟକ ବିଜେପି ସହ ହାତ ମିଳାନ୍ତି, ତେବେ ଏଥିରେ ୧୫୬ ଜଣ ବିଧାୟକଙ୍କ ସମର୍ଥନ ରହିବ, ଯାହା ସଂଖ୍ୟାଗରିଷ୍ଠତା ଠାରୁ ୧୧ ଅଧିକ ହେବ।