(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ଜଷ୍ଟିସ୍ ଅଜିତ ସିଂହ ଲୋକାୟୁକ୍ତ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ରାଜ୍ୟପାଳ ଗଣେଷୀ ଲାଲଙ୍କୁ ସାକ୍ଷାତ କରି ବିଧିବଧ ଭାବରେ ଦାୟିତ୍ୱ ନେଇଛନ୍ତି ।
ସୂଚନାଯୋଗ୍ୟ, ଆଜି ନୂତନ ଲୋକପାଳ ଅଧ୍ୟକ୍ଷଙ୍କର ନିଯୁକ୍ତି ହୋଇଛି । ଜଷ୍ଟିସ୍ ଅଜିତ ସିଂହ ଅଧ୍ୟକ୍ଷ ଭାବରେ କାର୍ୟ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବରେ ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ପକ୍ଷରୁ ସଚିବ ଏକ ଗଣମାଧ୍ୟମ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି କି, ଓଡିଶା ଭଳି ଏକ ସୁନ୍ଦର ରାଜ୍ୟରେ ଭଦ୍ର, ସରଳ ଲୋକ ଦୁର୍ନୀତିର ଶିକାର ହେବେନି । ଏନେଇ ସବୁ ସରକାରୀ ଅଧିକାରୀଙ୍କୁ ସହେଯାଗ କରିବା ପାଇଁ ସେ ନିବେଦନ କରିଛନ୍ତି ।